ହିଞ୍ଜିଳି ରେଡ଼୍ ଜୋନ ଅଂଚଳରେ କୋଭିଡ଼ ମନିଟରିଂ କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶକୁ କବଳିତ କରିଛି । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃିବାରେ ଲାଗିଛି । ରାଜ୍ୟର ସର୍ବାଧିକ ସଂକ୍ରମିତ ଲୋକ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ସୋମବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୪୩୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୩୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮୫୬ ଏକ୍ଟିଭ କେଶ ରହିଥିବା ବେଳେ ୪୪ ଜଣଙ୍କ ମୃତ୍ରୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌରାଂଚଳ ଓ ବ୍ଳକର ବିଭିନ୍ନ ଅଂଚଳକୁ କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଇଛି । ଏଥି ସହ ସ୍ଥାନୀୟ ବ୍ଳକର ୧୭ ଅଂଚଳକୁ ରେଡ଼୍ ଜୋନ, ୧୧ଯି ଅଂଚଳକୁ ଅରେଞ୍ଜ ଏବଂ ୨୭ଟି ଅଂଚଳକୁ ଗ୍ରୀନ ଜୋନ ଭାବେ ବିଭକ୍ତ କରାଯାଇଛି । ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ରେଡ଼ ଜୋନ ଭାବେ ଚିହ୍ନଟ କରାଯାଇଥିବା ସମରଝୋଳ ଗ୍ରାମରେ ପଂହଚି କୋଭିଡ଼ ମନିଟରିଂ କମିଟି ସହ କରୋନା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସଂପୃକ୍ତ ଗ୍ରାମରେ ୨୩ ଜଣ ପଜିଟିଭ ଦେଖା ଦେଇଥିବା ବେଳେ ବର୍ତମାନ ୧୬ ଜଣ ପଜିଟିଭ ରହିଛନ୍ତି ଓ ଅବଶିଷ୍ଟ ୭ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । କରୋନାକୁ ପ୍ରତିହିତ କରିବା ସକାଶେ ସମସ୍ତ କଟକଣାକୁ କିପରି କାର୍ଯ୍ୟକାରୀ କରାଯାଉଛି, ସେ ନେଇ ସରପଂଚ, କୋଭିଡ଼ି ମନିଟରିଂ କମିଟି ସଦସ୍ୟ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସରଂପଚ କେ. ଦୁର୍ଗା ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।