ମା’କୋଳେଇ ଧରିଲେ ଛୁଆର କାନ୍ଦ ବନ୍ଦ ହେବାର କାରଣ

ଛୁଆ କାନ୍ଦିଲେ ମା’କୁ ବାଧେ । ସେ ଦଉଡି ଆସେ । ଛାତିରେ ଯାକି ଧରିଲେ ଛୁଆଟିର କାନ୍ଦ ବନ୍ଦ ହୋଇଯାଏ । ଏହା ସାଧାରଣ କଥାଟିଏ । ଆପଣ, ମୁଁ ଆଉ ଆମେ ସମସ୍ତେ ଏ କଥାକୁ ଅଙ୍ଗେ ନିଭାଇଛୁ । ହେଲେ ଥରେ ଭାବିଲେ ଦେଖି ଏମିତି କ’ଣ ଥାଏ ଯେ, ଛୁଆଟିଏ ମା’ପାଖକୁ ଗଲେ ଚୁପ୍ ହୋଇଯାଏ । କ’ଣ ଏହାର ବିଜ୍ଞାନ କେବେ ଚିନ୍ତା କରିଛନ୍ତି । ଶିଶୁ ବିଶେଷଜ୍ଞଙ୍କୁ ଏ ବାବଦରେ ପଚରାଯିବାରୁ ଜଣାପଡିଛି ପିଲା କାନ୍ଦୁଥିଲା ବେଳେ ମାଆର ହୃତ୍ପିଣ୍ଡର ସ୍ପନ୍ଦନକୁ ଶୁଣିଲେ ତାର କାନ୍ଦ ବନ୍ଦ ହୋଇଯାଏ । ଏହା ଏକ ସାଧାରଣ ପ୍ରକ୍ରିୟା । ଛୁଆଟିଏ ମା’ ପେଟରେ ଥିବା ବେଳେ ମା’ର ହୃତପିଣ୍ଡର ସ୍ପନ୍ଦନ ଶୁଣି ଶୁଣି ସେ ବଡ଼ ହୋଇଥାଏ । ଏଥିପାଇଁ ଏ ଶବ୍ଦ ସହ ଭଲ ଭାବରେ ସେ ପରିଚିତ ଥାଏ । ଫଳତଃ ଯେତେବେଳେ ଛୁଆଟି ଭୟ ଅନୁଭବ କରେ ସେ ସମୟରେ ତା’ ମା’ ତାକୁ କୋଳେଇ ନେଲେ ସେ ସେହି ପରିଚିତ ଶବ୍ଦକୁ ଅନୁଭବ କରି ଆସ୍ୱସ୍ତ ହୁଏ ଓ ଚୁପ ହୋଇଯାଏ । ଆଉ ଗୋଟିଏ କଥା ଜାଣି ରଖିବା ଆବଶ୍ୟକ । ଅଧିକାଂଶ ସମୟରେ ମହିଳାମାନେ ଛୁଆଟିକୁ ଚୁପ୍ କରାଇବା ପାଇଁ ଛାତିରେ ବାଁ କରରେ ଜାକି ଧରନ୍ତି । ଏହାର କାରଣ ମଧ୍ୟ ସହଯାତ । ମହିଳାଟିଏ ନିଜ ଅଜାଣତରେ ଏଭଳି କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ