ଡାକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ
ବାଲେଶ୍ୱର (ସରାେଜ ପଣ୍ଡା): ଓଡ଼ିଶା ରାଜ୍ୟସ୍ତରୀୟ ଡାକ କର୍ମଚାରୀ ସଂଘର ୩ୟ ଶ୍ରେଣୀ କର୍ମଚାରୀମାନଙ୍କର ୧୩ତମ ଦ୍ୱିବାର୍ଷିକ ସମ୍ମିଳନୀ ଓ ବାଲେଶ୍ୱର ଡିଭିଜନ୍ର ୩ୟ ଶ୍ରେଣୀ ପୋଷ୍ଟମ୍ୟାନ୍, ଏମ୍ଟିଏସ୍ କର୍ମଚାରୀ ସଂଘର ମିଳିତ ସମ୍ମିଳନୀ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀର ଉଦ୍ଘାଟନ ଉତ୍ସବ ଦିନ ପ୍ରତିନିଧି ଅଧିବେଶନରେ ଆସନ୍ତା ଦୁଇବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଂଘର ସଭାପତି ଶିବାନନ୍ଦ ଦାଶ, ସଂପାଦକଭାବେ ରାଜେଶ ବହିଦାର ଓ କୋଷାଧ୍ୟକ୍ଷ ଭାବେ ସୁରଥ ଖୁଣ୍ଟିଆ ନିର୍ବାଚିତ ହୋଇଥିବାବେଳେ ବାଲେଶ୍ୱର ଡିଭିଜନ୍ର ୩ୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସଭାପତି ଅଜୟ ନାରାୟଣ ଦାସ, ସଂପାଦକ କାର୍ତ୍ତିକ ଚନ୍ଦ୍ର ଦାସ ଓ କୋଷାଧ୍ୟକ୍ଷ ଭାବେ ଦୈପନ ସାହୁ ଏବଂ ପୋଷ୍ଟମ୍ୟାନ୍ ସଂଘର ସଭାପତି ଭାବେ ଭାସ୍କରଚନ୍ଦ୍ର ମଲ୍ଲିକ, ସଂପାଦକ ଭାବେ ରବିନାରାୟଣ ସାହୁ ଓ କୋଷାଧ୍ୟକ୍ଷ ଭାବେ ଗୋବିନ୍ଦ ଚନ୍ଦ୍ର ଘୋଷ ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଛନ୍ତି। ରବିବାରଦିନ ଉଦ୍ଯାପନ ଉତ୍ସବର ଖୋଲା ଅଧିବେଶନରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ପ୍ରଦୀପ୍ତ ପଣ୍ଡା ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ମୁଖ୍ୟଅତିଥିଭାବେ ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ଓ ମୁଖ୍ୟବକ୍ତା ଭାବେ ସର୍ବଭାରତୀୟ ସଂଘର ଉପସାଧାରଣ ସଂପାଦକ ଇନ୍ଦ୍ରଜିତ୍ ପାଣ୍ଡେ, ସମ୍ମାନୀତ ଅତିଥିଭାବେ ସର୍ବଭାରତୀୟ ସଂଘର ନେତା ରମେଶ ଚନ୍ଦ୍ର ମିଶ୍ର, ବୃହଷ୍ପତି ସାମଲ, ସପନ କୁମାର ମହାନ୍ତି, ରବୀନ୍ଦ୍ର କୁମାର ସାହୁ, ରବିନାରାୟଣ ମହାନ୍ତି ଓ ଆଲୋକ କୁମାର ମଲ୍ଲିକ ଯୋଗଦେଇ ଡାକକର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଡାକବିଭାଗରେ ଖାଲିଥିବା ସମସ୍ତ ପଦବୀକୁ ପୂରଣ କରିବା, ୮ମ ବେତନ କମିଶନର ରିପୋର୍ଟ ତୁରନ୍ତ ପ୍ରକାଶ କରିବା, ପୁନଶ୍ଚ ପୁରୁଣା ପେନସନ୍ ଆଇନ୍ କାର୍ଯ୍ୟକାରୀ କରିବା, ଚାକିରି ପରେ ସମସ୍ତଙ୍କୁ ପେନସନ୍ ପ୍ରଦାନ, ସବୁଶ୍ରେଣୀର କର୍ମଚାରୀଭ୍କୁ ଗୋଟିଏ ନୀତିରେ ପେନସନ୍ ଦେବାକୁ ସେମାନେ ଦୃଢ଼ ଦାବି କରିଥିଲେ। ଡାକବିଭାଗକୁ ଘରୋଇକରଣରୁ ମୁକ୍ତ କରିବା, ଟାର୍ଗେଟ୍ ଆଳରେ କର୍ମଚାରୀମାନଙ୍କ ଶ୍ରମଶୋଷଣ ବନ୍ଦ କରିବା, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ବନ୍ଦ କରିବା, ୪ଟି ଶ୍ରମକୋଡ଼୍ ବାତିଲ କରିବାକୁ ବକ୍ତାମାନେ ଦାବିକରିଥିଲେ। ରବିବାରଦିନ ପୂର୍ବାହ୍ନରେ ବାଲେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରାରେ କର୍ମଚାରୀମାନେ ସହର ରପିକ୍ରମା କରି ସମ୍ମିଳନୀ ସ୍ଥଳରେ ପହଞ୍ôଚଥିଲେ। ଜାତୀୟ ପତାକା ସମେତ ସଂଘର ପତାକାକୁ ଅତିଥିମାନେ ଉତ୍ତୋଳନ କରିଥିଲେ। ଖୋଲା ଅଧିବେଶନରେ ଅତିଥିମାନଙ୍କୁ ପୂର୍ବତନ ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ ମଞ୍ଚକୁ ନିମନ୍ତ୍ରଣ ଜଣାଇଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଡାକ କର୍ମଚାରୀ ନେତା ନିରଞ୍ଜନ ରାଉତ ଅତିଥି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରାଯାଇଥିଲା। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୌରାଙ୍ଗ ପାଣିଗ୍ରାହୀ ଓ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ସମ୍ମିଳନୀର ସଫଳତା କାମନା କରିଥିଲେ। ଟ୍ରେଡ଼୍ ୟୁନିୟନ୍ କାର୍ଯ୍ୟରେ ବିଶେଷ ଅବଦାନ ପାଇଁ ୧୫ଜଣ କର୍ମଚାରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯଚ୍ରମ ପରିଚାଳନାରେ ସର୍ବଶ୍ରୀ ସତ୍ୟନାରାୟଣ ମହାନ୍ତି, ସରୋଜ କୁମାର ସାହୁ, ବୁଦ୍ଧିରାମ ସିଂ, ଅଜିତ୍ କୁମାର ମହାନ୍ତି,ସୁନିଲ ଆଚାର୍ଯ୍ୟ, ଗୀତାରାଣୀ ଜେନା, ଶୁଭଶ୍ରୀ ନାୟକ, ସୁରଜା ପାତ୍ର, ରବୀନ୍ଦ୍ର କୁମାର ଧଳ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ରାଜେଶ ବହିଦାର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


