ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ । ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍ ୮ଟା ୫୯ରେ ଜାତୀୟ ସଙ୍ଗୀତ ବାଜି ଉଠିଥାଏ । ଏଥିପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡ୍ସ୍ପିକର୍ ଖଞ୍ଜାଯାଇଛି । ପ୍ରଥମେ ସୂଚନା ଦେଇ ଲୋକଙ୍କୁ ସଚେତନ କରାଯିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଏ । ପିଲାଠାରୁ ବୟସ୍କ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଜାତୀୟ ସଙ୍ଗୀତ ଶୁଣିବା ମାତ୍ରେ ସମ୍ମାନ ଜଣାଇ ସାବଧାନ ପୋଜିଶନ୍ରେ ଠିଆ ହୋଇଯାଇଥାଆନ୍ତି । ଏପରିକି ଯେତେଦୂର ପର୍ଯ୍ୟନ୍ତ ଏହା ଶୁଣାଯାଏ, ସେତେଦୂର ପର୍ଯ୍ୟନ୍ତ ଲୋକେ ଏହାକୁ ସମ୍ମାନ ଜଣାଇ ଠିଆ ହୋଇଯାଆନ୍ତି । ଏହା ଏବେ ଲୋକଙ୍କର ଅଭ୍ୟାସରେ ପଡିଗଲାଣି । ରାଜଧାନୀ ରାୟପୁରଠାରୁ ପ୍ରାୟ ୬୦ କେିଲାମିଟର ଦୂର ଏହି ଗାଁରେ ଲୋକେ ଚାନ୍ଦା କରି ବିଭିନ୍ନ ସ୍ଥାନରେ ଲାଉଡସ୍ପିକର ଲଗାଇବାର ବ୍ୟବସ୍ଥା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ