ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମହିଳା ମଣ୍ଡଳ ବୈଠକ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ସୁରତ ସହରରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ରବିବାର ଦିନ ମହିଳା ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହିଳା ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ର ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ବାରିକ(ମୁନଭାଇ) ପ୍ରଦୀପ ସାହୁ,ଗୋପୀନାଥ ଲେଙ୍କା, ଟୁଲୁ ପଣ୍ଡା ପ୍ରଭୃତି କାର୍ଯ୍ୟକାରୀ କମିଟି ସଦସ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ମଣ୍ଡଳର ସଭାନେତ୍ରୀ ଓ ସାଙ୍ଗଠନିକ ଦାୟିତ୍ୱ ନେଇଥିବା ରାଜେଶ୍ୱରୀ ପ୍ରଧାନ, ବିଷ୍ଣୁପ୍ରିୟା ଲେଙ୍କା, ନର୍ମଦା ବେହେରା, ବିଷ୍ଣୁପ୍ରିୟା ରାଉତ,ଉଷାରଣୀ ସାହୁ, ନମିତା ଗୌଡ଼ ପ୍ରଭୃତି ନାରୀ ନେତ୍ରୀ ମହିଳା ମଣ୍ଡଳ ବୈଠକ ପରିଚାଳନା କରିଥିବା ବେଳେ ସଚିନ ଅଞ୍ଚଳର ମହିଳା ମଣ୍ଡଳ ସଦସ୍ୟା ବୃନ୍ଦ ଯୋଗଦେଇଥିଲେ।ପ୍ରବାସୀ ଓଡ଼ିଆ ସମାଜ କେବଳ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଗଠିତ ନୁହେଁ, ସୁରତର ପରିବେଶ ସୁରକ୍ଷା ପାଇଁ ମଧ୍ୟ ଚିନ୍ତିତ ଏହାମଧ୍ୟ ପ୍ରମାଣ କରିପାରି ଦେଖାଇ ଦେଇଥିଲେ ପ୍ରବାସୀ ଓଡ଼ିଆ ବୃନ୍ଦ। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତିଙ୍କ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ସଚିନ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ମଙ୍ଗଳବାର ଦିନ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ପ୍ରବାସୀ ଓଡ଼ିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସଚିନ ଅଞ୍ଚଳରେ ବୃକ୍ଷ ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ