କୋଭିଡ ନିୟମକୁ ମାନୁ ନାହାନ୍ତି ଲୋକେ, ବ୍ୟାଙ୍କରେ ପ୍ରବଳ ଗହଳି
ହାଟଡିହି, (ଓ୍ବାଇଏନ୍ଏସ୍):ଏବେ କରୋନ।। ଭୟାବହତା ଦିନକୁ ଦିନ ଉଗ୍ର ରୁପ ଧାରଣ କରି ଆଗକୁ ଆଗକୁ ମାଡିଚାଲିଥିବାବେଳେ ହାଟଡିହି ଅଞ୍ଚଳର ଲୋକମାନେ କୋଭିଡ ନିୟମକୁ ମାନୁ ନାହାନ୍ତି । ପ୍ରଶାସନ ପକ୍ଷରୁ ଏନେଇ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ବିଭିନ୍ନ ଦୋକାନ ବଜାର ମାନଙ୍କରେ ପ୍ରବଳ ଗହିଳି ଲାଗି ରହୁଛି । ଦେକାନ ବଜାର ମାନଙ୍କରେ ସାମାଜିକ ଦୁରତାର କିଛି ମାନେ ରହୁନି । ଦୋକାନ ଗୁଡିକରେ ଗ୍ରାହକମାନେ ଗହଳି କରୁଥିଲେବି ମାସ୍କ ବ୍ୟବହାର କରୁନାହାନ୍ତି କି ସମାଜିକ ଦୁୁରତା ମଧ୍ୟ ମାନୁ ନାହାନ୍ତି । ଫଳରେ କରୋନା ମୁକାବିଲାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ହାଟଡିହି ଅଞ୍ଚଳରେ ଥିବା ସବୁ ବ୍ୟାଙ୍କ ଗୁଡିକ ସମ୍ମୁଖରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଆଜି ହାଟଡିହି ବ୍ୟାଙ୍କ ସମ୍ମୁଖରେ ଶହଶହ ଗ୍ରାହକଙ୍କ ଭିଡ ଦେଖିଲେ କରୋନା ମୁକାବିଲା ପାଇଁ ଆମେ କେତେଦୁର ସଚେତନ ଅଛନ୍ତି ତାହା ପରିଷ୍ପୁଟ କରିଥିଲା । ପୁର୍ବଭଳି ପୁଲିସ ପକ୍ଷରୁ ନିୟମିତ ପେଟ୍ରୋଲିଂ କରାଯାଉ ନଥିବାରୁ ଲୋକମାନେ ଆଉ କାହାରିକୁ ଭୟ ମଧ୍ୟ କରୁନାହାନ୍ତି । ଗତ କିଛିଦିନ ହେଲା ନନ୍ଦିପଦା ଓ ସୋସୋ ପୁଲିସ ପକ୍ଷରୁ ମାସ୍କ ଚେକିଂ କରାଯାଉ ନଥିବାରୁ ଲୋକମାନେ ଖୁଲାମଖୁଲା ବୁଲୁଛନ୍ତି । ଏବେ ହାଟଡିହି ଅଞ୍ଚଳରେ କରୋନା ତାର କାୟା ମେଲାଇ ଚାଲିଥିବାବେଳେ ଆଗକୁ କିପରି ଲୋକମାନେ ନିଜକୁ ସୁରକ୍ଷିତ ରଖିବେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।


