ଚାନ୍ଦିନୀ ଗାର୍ଲ ଙ୍କୁ ମନେ ପକାଇଲା ସାରାଦେଶ 

(ଯୁଗାବ୍ଦ ନ୍ୟୁଜ)ନିଜର ଯାଦୁଗରି ଅଭିନୟ ଓ ଡ୍ୟନ୍ସ ମାଧ୍ୟମରେ ଦର୍ଶକ ଙ୍କୁ ବାନ୍ଧି ରଖିପାରୁଥିବା ବଲିଉଡ ର ଚାନ୍ଦିନୀ ଗାର୍ଲ ଶ୍ରୀଦେବୀ ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲା। ଫିଲ୍ମ କ୍ୟାରିୟର କଥା କହିବାକୁ ଗଲେ ଶ୍ରୀଦେବୀଙ୍କୁ ହିନ୍ଦୀ ଫିଲ୍ମରେ ପ୍ରଥମ ‘ଫିମେଲ ସୁପରଷ୍ଟାର’ ବୋଲି କୁହାଯାଏ। ଫିଲ୍ମ ‘ଥୁନେବାନ’ରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ସେ ଡେବ୍ୟୁ କରିଥିଲେ। ସେହିପରି ମାତ୍ର ୧୩ ବର୍ଷ ବୟସରେ ସେ ବଡ଼ ପରଦାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ମା’ ଚରିତ୍ରରେ ନଜର ଆସିଥିଲେ। ଦି ବଲିଉଡ୍ର କଥା କହିବା ତେବେ ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ ସୋଲହା ଶାଓ୍ବନ’। ଏହି ଫିଲ୍ମ ୧୯୭୮ରେ ରିଲିଜ୍ ହୋଇଥିଲା। ହେଲେ ୧୯୮୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ହିମ୍ମତଓ୍ବାଲା’ରୁ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା। ସେହିପରି ୧୯୯୧ରେ ଫିଲ୍ମ ‘ଲମହେ’ରେ ତାଙ୍କର ଦମ୍ଦାର ଅଭିନୟ ପାଇଁ ଶ୍ରୀଙ୍କୁ ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ମିଳିଥିଲା ହେଲେ ୨୦୧୨ରେ ଫିଲ୍ମ ‘ଇଂଲିଶ ଭିଙ୍ଗଲିଶ୍’ରେ ବଲିଉଡ୍ ଚାନ୍ଦନୀଙ୍କ ପୁଣି ଥରେ ଦମ୍ଦାର ଏଣ୍ଟ୍ରି ହୋଇଥିଲା। ଏହି ଫିଲ୍ମ ବେଶ୍ ଲୋକପ୍ରିୟ ହୋଇଥିବା ବେଳେ ଶ୍ରୀଦେବୀଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା। ତେବେ ୨୦୧୭ରେ ତାଙ୍କର ଶେଷ ଫିଲ୍ମ ‘ମମ୍’ ହୋଇଥିବା ବେଳେ ୨୦୧୮ ଫେବୃୟାରୀ ୨୪ରେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା। ତାଙ୍କୁ ମୃତ୍ୟୁକୁ ନେଇ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ