ଶେରଗଡ଼ ପଞ୍ଚାୟତର ସମସ୍ତ ଗ୍ରାମ କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କଲେ ଜିଲାପାଳ
ଶେରଗଡ଼, (ଦେବୀ ପ୍ରସାଦ ଦାସ):ଶେରଗଡ଼ ପଞ୍ଚାୟତ ଦିନକୁ ଦିନ କରୋନା ରୋଗୀ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି।୨୮ତାରିଖ ଦିନ ଶେରଗଡ଼ ଗ୍ରାମରୁ ୨୯ଟି କରୋନା ପଜିଟିଭ ବହାରିବା ଶେରଗଡ଼ ପଂଚାୟତ ରେ ଭୟର ସଂଚାର ଆସି ଯାଇଥିଲା।ଏହି ସ୍ଥିତିକୁ ଦେଖି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦେଶ କ୍ରମେ ଗୋଟିଏ ଦିନରେ ପଜିଟିଭ ୨୯ଟି ବାହାରିବା ପରେ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।କରୋନା ରୋଗୀଙ୍କ ସଂକ୍ରମଣ କୁ ଆଖି ଆଗରେ ରଖି ନିୟନ୍ତ୍ରଣ କରିବା ଲାଗି ଜିଲାପାଳଙ୍କ ଜରୁରୀ କାଳୀନ ବିଭାଗ ପତ୍ର ସଂଖ୍ୟା ୫୭୧୩/୨୮/୭/୨୦ ପ୍ରକାରେ ଏକ ନିର୍ଦେଶ ନାମା ଜାରି କରିବା ସହ ଶେରଗଡ଼ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନଭାବେ ଶୁକ୍ରବାର ୩୧/୭ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରାଯାଇଛି।ଏବଂ ସମସ୍ତ ଦୋକାନ ବଜାର ବନ୍ଦ ସହ ଯାନବାହନ ଉପରେ କଟକଣା ଲଗାଯାଇଛି।ଏ କ୍ଷେତ୍ରରେ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ,ଥାନାନାଅଧିକାରୀ ରମେଶ ଚନ୍ଦ୍ର ଦାସ ,ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ, ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କୁ କଣ୍ଟେନମେଣ୍ଟ ଜୋନର କାର୍ଯ୍ୟ ସମ୍ପର୍କରେ ପତ୍ର ମାଧ୍ୟମରେ ଜଣା କରିଛନ୍ତି।ଏଥି ସହ ଜିଲାପାଳ ଶେରଗଡ଼ ବ୍ଲକର ପାଟପଲ୍ଲୀ, ରାମଗିରି, ବାରସିଙ୍ଗି ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି।ଏଣିକି ଶେରଗଡ଼ ପଂଚାୟତ ର ସମସ୍ତ ଗ୍ରାମ ଓ ୩ଟି ଗ୍ରାମରେ କଟକଣା ଲାଗୁ ହେବା ସହ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଉକ୍ତ ଗ୍ରାମ ମାନଙ୍କରେ ମାଜିଷ୍ଟ୍ରେଟ ଦାୟିତ୍ବ ନିର୍ବାହ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।ଏହି ଖବର ପହଁଚିବା ପରେ ଶେରଗଡ଼ ଗ୍ରାମ ପଞ୍ଚାୟତ ର ଜନସାଧାରଣ ମନରେ ଛନକା ପଶିଛି।ଲକଡାଉନ,ସଟ ଡାଉନରେ ଲୋକ ମାନେ ଘାଣ୍ଟି ସନ୍ତୁଳି ହୋଇଥିବ ବେଳେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା ଶେରଗଡ଼ ବାସୀଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।