ସଟ୍‌ଡାଉନ୍ ନିୟମ ଉଲ୍ଲଂଘନ, ଛତ୍ରପୁର ସହର ୩ ଦୋକାନ ସିଲ୍

ଛତ୍ରପୁର, (ଓ୍ବାଇଏନ୍ଏସ୍):ସଟ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ଛତ୍ରପୁର ସହରର ୩ ଦୋକାନ ମାଲିକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ । ଛତ୍ରପୁର ସହର ରିକାପଲ୍ଲୀ ଛକର ଥିବା ୩ଟି ଦୋକାନକୁ ଆସନ୍ତା ୧୦ ଦିନ ପାଇଁ ସିଲ୍ କରି ଦିଆଯାଇଛି । ସେହିପରି ଗତକାଲି ସୁଦ୍ଧା ଛତ୍ରପୁର ସହରରେ ୮୫ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି । ବାକି ୨୧ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ଛତ୍ରପୁର ସହରରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ୧୪ ଟି ୱାର୍ଡ ବିଶିଷ୍ଟ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୫୮୭୧ ପରିବାରର ୨୩ ହଜାର ୪୩୮ ଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସରିଛି । ଏଥିସହ ସହରର ବିଭିନ୍ନ ଦୋକାନ ଗୁଡିକର ମାଲିକ ଏବଂ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ସେହିପରି ପଜିଟିଭ୍ ଚିହ୍ନଟ ହୋଇଥିବା କେତେକ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ନିୟମ ଗୁଡିକୁ କଡାକଡି ପାଳନ କରୁଛନ୍ତି କି ନାହିଁ ମେଡିକାଲ ଅଫିସର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ତଦନ୍ତ କରାଯାଉଛି ବୋଲି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ