୫ ଦିନ ପରେ ପାଗଳ ହନୁକୁ କାବୁ କଲା ବନବିଭାଗ

ଘର ମଧ୍ୟରେ ଥିବା ପାଗଳ ମାଙ୍କଡ଼ ଓ କାବୁ କରିବା ପରେ ମାଙ୍କଡ଼କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଉଛି
ଘର ମଧ୍ୟରେ ଥିବା ପାଗଳ ମାଙ୍କଡ଼ ଓ କାବୁ କରିବା ପରେ ମାଙ୍କଡ଼କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଉଛି

ହିଂଜିଳିକାଟ (ଶେଷଦେବ ସାହୁ): ମୋହନାପଲ୍ଲୀ ଗ୍ରାମରେ ଗତ ୫ ଦିନ ଧରି ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଥିଲା । ପାଗଳ ମାଙ୍କଡ଼ ଆକ୍ରମଣରେ ଗ୍ରାମର ୧୫ ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ଆସୁଥିଲେ । ବନବିଭାଗ ପକ୍ଷରୁ ପାଗଳ ମାଙ୍କଡ଼କୁ କାବୁ କରାଯାଇ ପାରୁନଥିବାରୁ ଗତ ୨ ଦିନ ଧରି ଉତେଜନା ଲାଗି ରହିଥିଲା । ରବିବାର ସକାଳେ ତହସିଲଦାର ଗୋପିନାଥ କୁଅଁରଙ୍କ ସମେତ ବ୍ରହ୍ମପୁର, ଟାମଣା ଓ ହିଂଜିଳିକାଟୁ ବନବିଭାଗୀୟ କର୍ମଚାରୀଙ୍କ ସମେତ ଟ୍ରାଙ୍କୁଲାଇଜର ଟିମ୍ ସଂପୃକ୍ତ ଗ୍ରାମରେ ପଂହଚିଥିଲେ । ରବିବାର ସକାଳ ପ୍ରାୟ ୯ ଘଂଟା ସମୟରେ ପାଗଳ ମାଙ୍କଡ଼ଟି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘର ମଧ୍ୟରେ ପଶି ଯିବାରୁ ଉପସ୍ଥିତ ବନବିଭାଗୀୟ କର୍ମଚାରୀ ମାନେ ଘରର ଉଭୟ ପଟୁ କବାଟ ବନ୍ଦ କରି ଟ୍ରାଙ୍କୁଲାଇଜର ସାହାର୍ଯ୍ୟରେ ମାଙ୍କଡ଼ଟିକୁ ଅଚେତ କରି କାବୁ କରିବାରେ ସକ୍ଷମ ହୋଇଥିଲେ । ପାଗଳ ମାଙ୍କଡ଼ଟିକୁ କାବୁ କରିବା ପରେ ଚିକିତ୍ସା ସକାଶେ ହିଂଜିଳିକାଟୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ମାଙ୍କଡ଼ଟି ସୁସ୍ଥ ହେବା ପରେ ଟାମଣା କେରାଣ୍ଡିମାଳ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ହିଂଜିଳିକାଟୁ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା କହିଛନ୍ତି । ବ୍ରହ୍ମପୁର ବନବିଭାଗୀୟ ରେଂଜ ଅଫିସର ଏ ରାଜାରାଓ ସୁବୁଦ୍ଧି, ଚନ୍ଦନ ଜେନା, ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଅଧିକାରୀ ଅରୁଣ ଦାଶ, ଟାମଣା ଫରେଷ୍ଟର ଡ଼ି. ପ୍ରଶାନ୍ତ ରାଓ, ହିଂଜିଳିକାଟୁ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା, ଫରେଷ୍ଟଗାର୍ଡ଼ କମଳକାନ୍ତ ପାତ୍ର, ନିରାକାର ବେହେରାଙ୍କ ସମେତ ସ୍କାର୍ଡ଼ ଟିମ୍ର ୨୦ଗାର୍ଡ଼ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ