ବନ୍ତରେ କରୋନା ପରୀକ୍ଷଣ: ୫୨ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ଓ ୩୮ ଜଣଙ୍କ ସ୍ୱାବ୍ ସଂଗ୍ରହ
ବନ୍ତ,୧୦/୮(ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ପଞ୍ଚାୟତ ସମିତି ତରଫରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୨ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯିବା ସହ ୩୮ ଜଣଙ୍କର ସ୍ୱାବ୍ ନମୁନା ନିଆଯାଇଥିଲା । ପରୀକ୍ଷଣ କେନ୍ଦ୍ରରେ ତହସିଲଦାର ଇନ୍ଦିରା ସାହୁ, ବିଡିଓ ରେବେକା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତିଙ୍କ ସମେତ ବ୍ଲକ ଓ ମେଡିକାଲ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ବନ୍ତ ବଜାରରେ ଥିବା ଦୋକାନୀ ମାନେ ଆଣ୍ଟିଜେନ୍ ପରୀକ୍ଷଣ ପରୀକ୍ଷା କରିବା ସହ ସ୍ୱାବ୍ ନମୁନା ପ୍ରଦାନ କରିଥିଲେ । ସମସ୍ତ ଆଣ୍ଟିଜେନ୍ ପରୀକ୍ଷା କରିଥିବା ବ୍ୟକ୍ତି ମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାଯାଇଛି । ପରୀକ୍ଷଣ କାର୍ଯ୍ୟରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଜାଭେଦ୍ ଓ ଦେବାଶିଷ ନନ୍ଦ ଦାୟୀତ୍ୱ ସଂପାଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସୁପରଭାଇଜର ରାହାସ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ରାଉତରାୟ, ଭରତ ଚକ୍ର, କୃପାସିନ୍ଧୁ ସେଠୀ, ଗୟାଧର ମହାଳିକ ସହଯୋଗ କରିଥିଲେ । ପରୀକ୍ଷଣରେ ସରପଞ୍ଚ କୃପାସିନ୍ଧୁ ସେଠୀ, ନିହାରିକା ରାଉତ, ମୁସ୍ତାକ୍ ଅଲ୍ଲୀ ଖାଁ ଉପସ୍ଥିତ ରହି ସହଯୋଗ କରିଥିଲେ ।


