ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମ ପଞ୍ଚାୟତ ସଂଯୋଜକ ନିଯୁକ୍ତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆଦେଶ କ୍ରମେ ବନ୍ତ ବ୍ଲକ ପ୍ରଶାସନ ତରଫରୁ ୨୫ଗୋଟି ଗ୍ରାମ ପଞ୍ଚାୟତ ପାଇଁ ସଂଯୋଜକ ନିଯୁକ୍ତ କରାଯାଇଛି । ନିଯୁକ୍ତ ସଂଯୋଜକ ମାନେ ସଂପୃକ୍ତ ଗ୍ରାମ ପଞ୍ଚାୟତର ସରକାରୀ ମୁଖପାତ୍ର ଭାବେ କାର୍ଯ୍ୟ କରିବା ସହ ଗ୍ରାମ ପଞ୍ଚାୟତ ତରଫରୁ ଉପରିସ୍ଥ ସରକାରୀ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ ଓ ସଂଯୋଜନା ରକ୍ଷା କରିବେ । ସାଂପ୍ରତିକ କୋଭିଡ୍-୧୯ ପରିସ୍ଥିତିରେ ସରକାରୀ ଯୋଜନାକୁ କ୍ରିୟାଶୀଳ କରିବାକୁ ସରକାର ଏପରି ପଦକ୍ଷେପ ନେଇଥିବା ପ୍ରଶାସନିକ ସୂତ୍ରରୁ ଜଣାଯାଇଛି । ବନ୍ତ ପଞ୍ଚାୟତ ସମିତି ଚିଠି ନଂ-୨୦୮୦/ତା-୩-୮-୨୦ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବନ୍ତ ବିଡିଓ ଅବଗତ କରାଇଥିବା ଚିଠିରେ କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତିଙ୍କୁ ଚାରିଗାଁ, ଅଣିଜୋ, ବଡମହିଷଗୋଠ, ଶିକ୍ଷକ ଗୋପିନାଥ ଦାଶଙ୍କୁ ଗୋପିନାଥପୁର, ବଡବର୍ଚ୍ଚିକୟାଁ, ମହାନ୍ତିପଡା, ଶିକ୍ଷକ ରମାକାନ୍ତ ଜେନାଙ୍କୁ ବିଟିପୁର, ପୁରଷଣ୍ଢ, ବନ୍ତ, ରାମଚନ୍ଦ୍ରପୁର, କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ସେଠୀଙ୍କୁ ଟିଲୋ, ଛୟାଳସିଂ, ଗଣିଜାଙ୍ଗ, ଜିପିଟିଏ ଅନ୍ନପୂର୍ଣ୍ଣା ସାହୁଙ୍କୁ କାଦବରାଙ୍ଗ, ଓଡଙ୍ଗ, ନିଳୋକ, ପଧାନପଡା, ଶିକ୍ଷକ ସନ୍ତୋଷ କୁମାର ମଳିକଙ୍କୁ ସେଣ୍ଢତୀରା, ବସନ୍ତିଆ, ଗୋବିନ୍ଦପୁର, କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳଙ୍କୁ କେନ୍ଦୁଆପଦା, ତୋଡଗାଁ, ରାମପୁର, ରାମୃଷ୍ଣପୁର ଗ୍ରାମ ପଞ୍ଚାୟତ ପାଇଁ ସଂଯୋଜକ ତଥା ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି । ଫଳରେ କୋଭିଡ୍ ପରିଚାଳନା ଏବଂ ସରକାରୀ ଯୋଜନା କାର୍ଯ୍ୟକାରିତା କ୍ରିୟାଶୀଳ ହୋଇପାରିବ ବୋଲି ଆଶା କରାଯାଉଛି ।


