ଅଭିଯୋଗକାରୀଙ୍କୁ ନିର୍ବାହୀ ଅଧିକାରୀଙ୍କ ଦୂର୍ବ୍ୟବହାର
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ସହରରେ ପରିମଳ ବ୍ୟବସ୍ତା ବିପର୍ଯ୍ୟସ୍ତ । ସହରକୁ ଉନ୍ନତି କରଣ କରିବା ନିମନ୍ତେ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବେଲଗୁୁଣ୍ଠା ସହରରେ ଓଲଟା ଚିତ୍ର ଦେଖିବାକୁ ମିଳିଛି । ସହରରେ ସ୍ଥାୟୀ ବସ୍ଷ୍ଟାଣ୍ଡ ନିର୍ମାଣ ନହେବା ଓ ଟ୍ରାଫିକ ସମସ୍ୟା ପ୍ରତିଦିନ ଲାଗି ରହିଥିବା ବେଳେ ସହରର କୁଢ କୁଢ ଅଳିଆ ଆବର୍ଜନା ନାଳ ନର୍ଦମା କୁ ପୋତିି ଦେବା ସହ ଶ୍ମଶାନ ଭୂମିରେ ପାହାଡ ସଦୃଶ ଗଦା ହୋଇଛି ଅଳିଆ । ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ପେଣ୍ଠ ସାହିର ଏମ୍ କୁରେଶ ସାହୁଙ୍କ ଶବକୁ ସକ୍ରାର କରିବା ନିମନ୍ତେ ବେଲଗୁଣ୍ଠା ସୁତୁମୁସର ରୋଡ ଶ୍ମଶାନକୁ ନେଇଥିଲେ । କିନ୍ତୁ ସେଠାରେ ଅଳିଆ ଆବର୍ଜନା କୁଢ କୁଢ ପାହାଡ ପରି ଗଦା ହେବା ସହ ଆଣ୍ଠିଏ ଆଣ୍ଠିଏ ପାଣି ଜମି ରହିଥିଲା । ଏହି ବିସୟରେ ଫୋନଯୋଗେ ଅଧିକାରୀଙ୍କୁ ଅବଗତ କରିଥିବାରୁ ଫୋନରେ ଦୂର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା ପରେ ପରିସ୍ଥିିତି ନିୟନ୍ତ୍ରଣାଧିନ ହୋଇଥିଲା । ଏହା ସହ ବେଲଗୁଣ୍ଠା ସହରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ସରକାରୀ ଭାବେ ଆସୁଥିବା ବେଳେ ଏହି ଟଙ୍କା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ଓ କିଛି ରାଜନୈତିକ ବ୍ୟକ୍ତି ପ୍ରକାଶ କରିଛନ୍ତି ।ଏହା ସହ ୨୦୧୬ ମସିହାରେ ବସଷ୍ଟାଣ୍ଡ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ସୁଦ୍ଧା ତାହା କାଗଜ କଲମରେ ସୀମିତ ହୋଇରହିଯାଇଛି ।


