ଗାଙ୍ଗପୁର ପୋଲିସ ତରଫରୁ ସଡକ ସଚେତନତା କାର୍ଯ୍ୟକ୍ରମ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ଗାଙ୍ଗପୁର ପୋଲିସ ତରଫରୁ କ୍ଷତ୍ରିୟବରପୁର ଆଞ୍ଚଳିକ ର୍ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୁଭ୍ରାଶୁଂ ଶେଖର ମିଶ୍ର ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଡକ ସୁରକ୍ଷା ଉପରେ ନୀତିନୀୟମ ଗୁଡିକ ଆଲୋକପାତ କରିଥିବା ବେଳେ ଭଂଜନଗର ଆଂଚଳିକ ଅଧିକାରୀ ଶୁଭେନ୍ଦୁ ରାୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ହେଲମେଟ୍ ଉପରେ ଗୁରୁତ୍ୱରୋପ ଦେଇଥିଲେ । ଏହା ସହ ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାଅଧିକାରୀ ସତ୍ୟରଂଜନ ପ୍ରଧାନ , ଏଲଇଡି ପରଦା ସ୍କିନରେ ଟ୍ରାଫିକ ନିୟମ ଉପରେ ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରାଇଥିଲେ । ଏହା ସହ ଗାଙ୍ଗପୁର ହାଇସ୍କୁଲ ଶିକ୍ଷକ ସୁରେନ୍ଦ୍ର ସାହୁ ,ଏବଂ ବରିଷ୍ଠ ସାମ୍ବାଦିକ ରତ୍ନାକର ସାହୁ ପ୍ରମୁଖ ସଚେତନତାର ବାର୍ତ୍ତା ଦେଇଥିଲେ । ଯୁବରେଡକ୍ରସ ଜିଲ୍ଳା ସଂଯୋଜକ ବି .ଗୋବିନ୍ଦରାଓ ଶେଷରେ ରାମପ୍ରସାଦ ପଣ୍ଡା ଧନ୍ୟବାଦ ଜଣାଇଥିଲେ । ଏଥି ସହ ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ବେହେରା , ପ୍ରଦୀପ କୁମାର ତ୍ରୀପାଠି ,ମୁଖପାତ୍ର ,ଅଧକ୍ଷ ତ୍ରୀପାଠି ଅମୁଲ୍ୟ ଦାସଙ୍କ ଉଦେଶ୍ୟରେ ସ୍ମରଣିକା ପ୍ରଦାନ କରିଥିଲେ । ଏଥି ସହ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ,ଡ ରାଜେନ୍ଦ୍ର ଡାକ୍ୁଆ ,ସ୍ୱରୁପା ରାଣି ବିଶ୍ୱାଳ , ସନ୍ତୋଷ କୁମାର ବିଷୋୟୀ ସହ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ