ଜୁନ୍ ୧୫ତାରିଖ ରାତିରେ ଚୀନ ସେନା ସହ ୧୭ରୁ ୨୦ଘଣ୍ଟା ଲଢ଼ିଥିଲେ ଆଇଟିବିପି ଯବାନ
ନୂଆଦିଲ୍ଲୀ : ଚଳିତ ବର୍ଷ ଜୁନ୍ ୧୫ ତାରିଖ ରାତିରେ ଚୀନ ସେନା ସହିତ ସୀମାରେ ଯେଉଁ ସଂଘର୍ଷ ଘଟିଥିଲା ସେଥିରେ ଆଇଟିବିପିର ଯବାନମାନେ ୧୭ରୁ ୨୦ ଘଣ୍ଟା ଧରି ଲଢେଇ କରିଥିଲେ ବୋଲି ସୀମା ସୁରକ୍ଷା ବାହିନୀ ପକ୍ଷରୁ ପ୍ରକାଶ କରାଯାଇଛି । ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଗତ ଜୁନ୍ ୧୫ ତାରିଖ ରାତିରେ ଚୀନ ସେନା ସହିତ ସଂଘର୍ଷ ହୋଇଥିଲା ସେଥିରେ ଆଇଟିବିପିର ଯବାନମାନେ ରାତି ତମାମ ସଂଘର୍ଷ କରିଥିଲେ। ଆଇଟିବିପି ପକ୍ଷରୁ କୁହାଯାଇଛି ଯେ ଭାରତର ଯବାନମାନେ ଚୀନ ସୈନିକଙ୍କୁ ଦୃଢ ଜବାବ ଦେବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଯବାନମାନେ ସେମାନଙ୍କର ସର୍ବୋଚ୍ଚ ଦକ୍ଷତା ପ୍ରଦର୍ଶନ ପୂର୍ବକ ଏକଟ୍ରିତ ହୋଇ ସମାନ କରିଥିଲେ ବିପକ୍ଷସନ୍ନ୍ୟର। ଏଥି ସହ ସହକରମୀ ଆହତ ଯବାନମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦେଇଥିଲେ। ଗଲୱାନ ସଂଘର୍ଷ ସମ୍ପର୍କରେ ଆଇଟିବିପି ପକ୍ଷରୁ ପ୍ରଥମ ପ୍ରତିକ୍ରିୟାରେ ଶୁକ୍ରବାର ଦିନ ଏପରି କୁହାଯାଇଛି। ଜୁନ୍ ୧୫ ତାରିଖ ରାତିରେ ହୋଇଥିବା ଚିନ ସେନା ସହ ସଂଘର୍ଷରେ ଆଇଟିବିପିର ୨୧ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନର ବହୁ ସୈନିକ ପ୍ରାଣ ହରାଇଥିବା ନେଇ ବେଜିଂ ସ୍ୱୀକାର କରିଥିଲେ ମଧ୍ୟ ଏହାର ପ୍ରକୃତ ସଂଖ୍ୟା ଘୋଷଣା ଏ ପରଜ୍ୟାନ୍ତ ଘୋଷଣା କରି ନାହିଁ। ସଂଘର୍ଷରେ ସହିଦ ଆଇଟିବିପି ଯବାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ମରଣୋତ୍ତର ଭାବେ ପୁଲିସ ସାହସିକତା ପଦକ ପ୍ରଦାନ କରାଯିବାକୁ ସୁପାରିସ କରାଯାଇଥିବାବେଳେ ୨୯୪ ଯବାନଙ୍କୁ ମହାନିର୍ଦେଶକ (ଡିଜି)ଙ୍କ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ଆଇଟିବିପିର ୯୦ହଜାର ଯବାନ ଚୀନ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ୩୪୮୮ କିମିକୁ ସର୍ବଦା ସୁରକ୍ଷା ଦେଇସୁଚନ୍ତି।


