ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍

ଏ ପର୍ଯ୍ୟନ୍ତ ସମସ୍ତେ କେବଳ ଏଲିଏନ୍ ଓ ୟୁଏଫ୍ଓର ନାଁ ଶୁଣିଛନ୍ତି । ହେଲେ ଏହାର ଉପସ୍ଥିତି ସମ୍ପର୍କରେ ଏଯାବତ୍ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ । ଆଉ କେବଳ ଚଳଚ୍ଚିତ୍ରରେ ଏଲିଏନ୍ ଓ (ୟୁଏଫ୍ଓ-ଅନ୍ଆଇଡେଣ୍ଟିଫାଇଡ୍ ଫ୍ଲାଇଂ ଅବ୍ଜେକ୍ଟ)କୁ ଆମେମାନେ ଦେଖି ସତକୁ ସତ ଏହାକୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛୁ । ହେଲେ ନିକଟରେ ନାସା ଏମିତି ଏକ ତଥ୍ୟ ଦେଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ନାସା କହିଛି ଏଲିଏନ୍ ପୃଥିବୀ ଉପରେ ଆକ୍ରମଣ କରିପାରେ । କାରଣ ନାସା ଦ୍ୱାରା ନିଆଯାଇଥିବା ଏକ ଫଟୋରୁ ଏହା ଅନୁମାନ କରାଯାଉଛି । ସୋଲାର୍ ଆଣ୍ଡ୍ ହେଲିଓସ୍ଫେରିକ୍ ଅବଜର୍ଭେଟୋରି (ଏସ୍ଓଏଚ୍ଓ) ଯାହା ସୂର୍ଯ୍ୟ ଓ ସୌର ବାୟୁମଣ୍ଡଳ ମଧ୍ୟରେ ଥିବା ଅନେକ ତଥ୍ୟ ସଂଗ୍ରହ କରୁଛି । ଏହା ହେଉଛି ନାସାର ଏକ ଭଲ ଉପଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ । ଏହା ଗତ ୨୦ ବର୍ଷ ହେବ ପୃଥିବୀ ପରିକ୍ରମା କରୁଛି । ବିଶେଷ କରି ଏହା ସବୁ ଛୋଟବଡ଼ ଘଟଣା ଉପରେ ନଜର ରଖିଛି । ଏହା ପ୍ରତିଥର ନାସାର ବୈଜ୍ଞାନିକଙ୍କୁ ସୂର୍ଯ୍ୟ ଉପରେ ତଥ୍ୟ ଦେଉଛି । ହେଲେ ଏବେ ଏସ୍ଓଏଚ୍ଓ ସୂର୍ଯ୍ୟଙ୍କ ଉପରେ ଉଡୁଥିବା ଏକ ଉଡ଼ନ୍ତା ବସ୍ତୁର ଫଟୋ ଦେବାରୁ ଏବେ ଅନୁମାନ କରାଯାଉଛି ଯେ ଏଲିଏନ୍ ଓ ୟୁଏଫ୍ଓର ସ୍ଥିତି ଅଛି । ୟୁଏଫ୍ଓ ଉପରେ କାମ କରୁଥିବା ଜଣେ ବୈଜ୍ଞାନିକ ସ୍କଟ ୱାର୍ନିଂ କହିଛନ୍ତି ଏସ୍ଓଏଚ୍ଓର ଏହା ସବୁଠାରୁ ବଡ଼ ସଫଳତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ