ପ୍ରଭାବୀ ବନୀକରଣର ମାଧ୍ୟମ ପାଲଟିଛି ବିହନ ପେଣ୍ଡୁ,ସଫଳତା ଦୃଷ୍ଟିରୁ ବଢୁଛି ବ୍ୟବହାର

ଭୁବନେଶ୍ୱର : ସାମୁଦ୍ରିକ ମହାବାତ୍ୟା ‘ଫନି’ ଉପକୂଳର ସବୁଜିମାକୁ ଛଡ଼ାଇ ନେଇଥିବା ବେଳେ ଦ୍ରୁତ ବନୀକରଣ ଜରିଆରେ ପୁଣିଥରେ ପ୍ରକୃତିର ସୁନ୍ଦରତା ଅଣାଯିବା ପାଇଁ ·ଲିଛି ପ୍ରୟାସ । ବନବିଭାଗ ଘର ଘର ବୁଲି ·ରା ବାଣ୍ଟୁଥିବା ବେଳେ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ବିହନ ପିଣ୍ଡୁଳା (ସିଡ୍ ବଲ୍) ଜରିଆରେ ଉଜୁଡ଼ି ଯାଇଥିବା ଜଙ୍ଗଲର ଘଞ୍ଚତା ପାଇଁ ପ୍ରୟାସ କରିଛି । ଆଶ୍ରାର ସ୍ୱେଚ୍ଛାସେବୀମାନେ ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ସିଡ୍ ବଲ୍ ମାନ ତିଆରି କରୁଛନ୍ତି । ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ପାଶ୍ୱର୍ରେ ଥିବା କନ୍ଦଳେଇ ଆଦିବାସୀପଲ୍ଲୀର ବିଦ୍ୟାର୍ଥୀମାନେ ମାଟି ଓ ଗୋବର ଖତକୁ ମିଶାଇ ଗୋଲାକୃତି ସହିତ ସେଥିରେ ପଣସ ମଞ୍ଜି ରଖି ପେଣ୍ଡୁ ତିଆରି କରୁଛନ୍ତି । ଏହାକୁ ଜଙ୍ଗଲର ଖାଲିଜାଗା ମାନଙ୍କରେ ନିକ୍ଷେପ କରାଯାଉଛି । ଏହି ପ୍ରକ୍ରିୟାରେ ଦ୍ରୁତ ବନୀକରଣ ସମ୍ଭବ ବୋଲି ବନବିଭାଗର ଗବେଷକମାନେ ମତ ରଖିଛନ୍ତି । ଏପରି ଅଭିନବ ବିହନ ପେଣ୍ଡୁ ତିଆରି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ପ୍ରଦୀପ୍ତ ରଞ୍ଜନ ରାଉତ, ତ୍ରିଲୋଚନ ବେଉରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ଚେୟାରମ୍ୟାନ ଶ୍ୟାମ ଗାଗରାଇ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ