ଦାନ୍ତ କହିଦେବ ଆପଣଙ୍କ ସ୍ୱଭାବ

ଜ୍ୟୋତିଷ ଶାସ୍ତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ସମୁଦ୍ର ଶାସ୍ତ୍ର ବା ସାମୁଦ୍ରିକ ଶାସ୍ତ୍ର । ଏହା ଏକ ଏପରି ବିଦ୍ୟା, ଯାହାଦ୍ୱାରା ମଣିଷ ଶରୀରର ଅଙ୍ଗଗୁଡିକର ଗଠନକୁ ଦେଖି ତାର ସ୍ୱଭାବ ଓ ଆଚରଣ ବିଷୟରେ କୁହାଯାଇଥାଏ । ଏହି ଶାସ୍ତ୍ରରେ ମଣିଷ ଦାନ୍ତରୁ ମଧ୍ୟ ତାର ସ୍ୱଭାବ ବିଷୟରେ ଅନେକ କିଛି ଜାଣିହେବ । ତେବେ ଆସନ୍ତୁ ଜାଣିବା ଦାନ୍ତ ଗଠନକୁ ନେଇ କେମିତି ହୋଇଥାଏ ମଣିଷ ସ୍ୱଭାବ ।\nଯେଉଁ ବ୍ୟକ୍ତିଙ୍କର ଦାନ୍ତ ଧଳା ଓ ସୁନ୍ଦର ହୋଇଥାଏ ସେମାନେ ବହୁତ ଭାଗ୍ୟବାନ୍ ହୋଇଥାନ୍ତି । ଏଭଳି ଲୋକ ସମସ୍ତଙ୍କ ସହ ବହୁତ ଶୀଘ୍ର ମିଶିଯାଆନ୍ତି । ଏମାନେ ଅତି ସହଜରେ ସମସ୍ତଙ୍କ ଉପରେ ଭରସା କରିନିଅନ୍ତି । ସେଥିପାଇଁ ଏମାନଙ୍କୁ ଅନେକଥର ବିଶ୍ୱାସଘାତକତାର ସମ୍ମୁଖୀନ ହେବାକୁ ପଡେ ।\nଯେଉଁମାନଙ୍କର ଦାନ୍ତ ଭିତରେ ଫାଙ୍କ ରହିଥାଏ, ସେମାନେ କେବଳ ପର ପଇସାରେ ବଞ୍ଚିବାକୁ ଭଲପାଆନ୍ତି । ଅର୍ଥାତ ଏମାନେ କାମ କରି ରୋଜଗାର କରିବାକୁ ଭଲ ପାଆନ୍ତି ନାହିଁ । ଏମାନେ ଅନ୍ୟ ଉପରେ ନିର୍ଭର କରିଥାନ୍ତି । ପୈତୃକ ସମ୍ପତ୍ତି ଉପରେ ମଧ୍ୟ ନିର୍ଭର ହୋଇ ରୁହନ୍ତି । ଏମାନେ ଅଯଥା ଖର୍ଚ୍ଚ କରିଥାନ୍ତି ।\nଯେଉଁ ସ୍ତ୍ରୀଲୋକଙ୍କ ଦାନ୍ତ ଟିକେ ବାହାରକୁ ବାହାରିଥାଏ, ସେମାନେ ଭାବପ୍ରବଣ ହୋଇଥାନ୍ତି । ଯେମିତି ବି ହେଉ ନିଜ କଥାକୁ ରଖିବା ପାଇଁ ସମସ୍ତଙ୍କୁ ରାଜି କରେଇ ଦିଅନ୍ତି । ଏଥିପାଇଁ ଏମାନଙ୍କର ନିଜ ପରିବାର ସହ ଭଲ ପଡେ ନାହିଁ । କିନ୍ତୁ ଏମାନଙ୍କ ମନ ଓ ବହୁତ ସଫା ଥାଏ । ତେଣୁ ଏମାନଙ୍କୁ ଲୋକେ ସମ୍ମାନ ଦିଅନ୍ତି । ଏମାନେ କେବେ ହସହସ ମୁଡ୍ରେ ତ କେବେ ରାଗ ମୁଡରେ ରୁହନ୍ତି ।\nଯେଉଁମାନଙ୍କର ଦାନ୍ତ ସିଧା ଓ ଗୋଟିଏ ଲାଇନରେ ଥାଏ ସେମାନେ ବହୁତ ଧନବାନ ହୋଇଥାନ୍ତି । ଏମାନେ ଚାକିରି କରନ୍ତି ନାହିଁ । ଏମାନେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଭଲ ପାଆନ୍ତି । ଏମାନଙ୍କର ଦେଖାଇ ହେବାର ସ୍ୱଭାବ ନଥାଏ ।\nଯେଉଁମାନଙ୍କର ଦାନ୍ତ କଳା ଓ ବଙ୍କାତେଢ଼ା ହୋଇଥାଏ, କେବଳ ନିଜ କଥା ଭାବିଥାନ୍ତି । ଏମାନେ ସେମିତି ସାଙ୍ଗ କରନ୍ତି, ଯେଉଁମାନେ ତାଙ୍କ କାମରେ ଆସିବେ । ନିଜର ଉଦ୍ଦେଶ୍ୟ ପୂରଣ ହୋଇଗଲେ ଏମାନେ ସେହି ସାଙ୍ଗମାନଙ୍କୁ ଛାଡି ଦିଅନ୍ତି । ଏମାନେ ବହୁତ ଲୋଭୀ ହୋଇଥାନ୍ତି ।\nଯେଉଁମାନଙ୍କର ଦାନ୍ତ ହଳଦିଆ କିମ୍ବା ହାଲ୍କା ଲାଲ ରଙ୍ଗର ହୋଇଥାଏ, ସେମାନେ ସବୁବେଳେ ଖୁସିରେ ରହିଥାନ୍ତି । ଏମାନଙ୍କ ଉପରେ ଭରସା କରିହେବ । ଏମାନେ ସମସ୍ତଙ୍କୁ ହସାଇବାକୁ ଭଲପାଆନ୍ତି ।\nଯେଉଁମାନଙ୍କ ଦାନ୍ତ ହାଲୁକା କଳା, ସେମାନେ ବହୁତ ଚାଲାଖ ହୋଇଥାନ୍ତି । ନିଜ କାମ ବଡ ଚତୁରତାର ସହ ଆଦାୟ କରିନିଅନ୍ତି । ଏମାନେ ସବୁବେଳେ କଳି ଝଗଡା କରିଥାନ୍ତି । ଏମାନେ ଦେଖିବାକୁ ଶାନ୍ତ ଓ ନମ୍ର କିନ୍ତୁ ଭିତରୁ ବହୁତ ସ୍ୱାର୍ଥପର ହୋଇଥାନ୍ତି । ଏମାନେ କେବଳ ନିଜ ସ୍ୱାର୍ଥ ଦେଖନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ