କୁଖ୍ୟାତ ଡକାୟତି ଗ୍ୟାଙ୍କକୁ ଗିରଫ କଲା ନୟାଗଡ ପୋଲିସ
ନୟାଗଡ, (ଯୁଗାବ୍ଦ ନ୍ୟୁଜ) : ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରୁ ଏକ କୁଖ୍ୟାତ ଡକାୟତିଗ୍ୟାଙ୍ଗକୁ ଗିରଫ କରିଛି ରଣପୁର ପୋଲିସ । ଗିରଫ ହୋଇଥିବା ଆସାମୀମାନେ ହେଲେ ଦୀନବନ୍ଧୁ ମହାରଣା ଓ କଣ୍ଡୁରୀ ମହାରଣ । ଉଭୟ ସମ୍ପର୍କରେ ବାପା ପୁଅ । ସୁଚନାନୁସାରେ , ଉଭୟ ବାପା ପୁଅଙ୍କ ନାମରେ ନୟାଗଡର ବିଭିନ୍ନ ଥାନାରେ ପାଖାପାଖି ୨୨ଟି ସଙ୍ଗାନ ମାମଲା ରହିଛି । ପୋଲିସ ସେମାନଙ୍କଠାରୁ ଗୋଟ୍ିଏ ପିସ୍ତଲ, ଦୁଇଟି ଭୁଜାଲି, ବୋମାରେ ତିଆରି ସରାଞ୍ଜମ ସହିତ ୧୦ଟି ମୋବାଇଲ , ଗୋଟିଏ କାର , କୋଡିଏଟି ବାଇକ ଉଦ୍ଧାର କରିଛି । ଏମାନେ ବିଭିନ୍ନ ଗ୍ୟାଙ୍କ କରି ଲୁଟ ରାହାଜାନି ପରି ଅପରାଧ କରୁଥିଲେ । ପୋଲିସ ସେମାନଙ୍କୁ ଗିରଫ କରିବାପାଇଁ ବହୁ ଦିନରକୁ ଉଦ୍ୟମ କରୁଥିବାବେଳେ ଶେଷରେ ସଫଳ ହୋଇଛି । ଉଭୟ ଆସାମୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷ ଅଧିକ୍ଷକ ।