ରାଜ୍ୟସ୍ତରୀୟ ଭଗବତ ଗୀତା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସ୍ୱାଧ୍ୟାୟ ପରିବାର, ଭୁବନେଶ୍ୱର ଅନୁକୂଲ୍ୟରେ ବିଂଶତମ ଭଗବଦ୍ ଗୀତା କର୍ମଶାଳା ସ୍ଥାନୀୟ ସତ୍ୟସାଇ ସମିତି, ୟୁନିଟ୍-୩ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୩୦ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଭଗବଦ୍ ଗୀତା ଆବୃତ୍ତି ଓ ଆଲୋଚନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶ୍ରୀମଦ୍ ଭଗବଦ୍ଗୀତାରେ ଭଗବାନଙ୍କ ପରିଚୟ ଶୀର୍ଷକ ଆଲୋଚନା ସହିତ ଷଷ୍ଠ, ପଞ୍ଚଦଶ ଓ ଅଷ୍ଟାଦଶ ଅଧ୍ୟାୟର ନିର୍ଦ୍ଦିଷ୍ଟ ଶ୍ଲୋକ ଗୁଡ଼ିକ ଆବୃତ୍ତି କରାଯାଇଥିଲା । ଅପରାହ୍ନରେ ଆୟୋଜିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଆର୍ଶିବିଦ୍ୟା ଗୁରୁକୁଳ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଭାଗବତାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି, ଶିକ୍ଷାବିତ୍ ପଣ୍ଡିତ ବ୍ରଜକିଶୋର ମହାନ୍ତି ମୁଖ୍ୟ ବକ୍ତଭାବରେ ଯୋଗ ଦେଇଥିଲେ ଏବଂ ପ୍ରାକ୍ତନ ଭାରତୀୟ ପ୍ରଶାସନିକ ସେବାଧିକାରୀ ତଥା ସ୍ୱାଧ୍ୟାୟ ପରିବାରର ସଭାପତି ଡଃ ପ୍ରସନ୍ନ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ସମ୍ଭାଷଣ ଜଣାଇଥିଲେ । ପିତାମାତାଙ୍କୁ ଉପଯୁକ୍ତ ସେବା ସହିତ ସମାଜସେବା ଓ ଆମେ ବ୍ୟବହାର କରୁଥିବା ଦ୍ରବ୍ୟମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ସହିତ ଗୀତା ଅଧ୍ୟୟନ କରିବା ନିମନ୍ତେ ଅତିଥିମାନେ ପିଲାମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ପିଲାମାନଙ୍କର ଭଗବଦ୍ ଗୀତା ପ୍ରତି ରୁଚିକୁ ଅତିଥିମାନେ ପ୍ରଶଂସା କରିବା ସହିତ ସେମାନଙ୍କର ପିତାମାତାଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସ୍ୱାଧ୍ୟାୟ ପରିବାରର ଦୀର୍ଘ ୨୦ ବର୍ଷର ପରିଶ୍ରମରେ ‘ଗୀତା’କୁ ପିଲାମାନଙ୍କ ମଧ୍ୟମରେ ପ୍ର•ର, ପ୍ରସାର କରିବାର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଏମ୍.ପି. ଜରାଶ୍ରମର ପ୍ରତିଷ୍ଠାତା ସମାଜସେବୀ ଶ୍ରୀଯୁକ୍ତ ରମାନାଥ ନାୟକଙ୍କୁ ଗୀତା କଳିକା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶ୍ରୀଯୁକ୍ତ ରାମନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ପ୍ରଫେସର ଅକ୍ଷୟ କୁମାର ମିଶ୍ର । ଡ଼ା ରାଜେନ୍ଦ୍ର କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସର୍ବଶ୍ରୀ ବ୍ରହ୍ମାନନ୍ଦ ପୃଷ୍ଟିି, ପ୍ରଫେସର ପ୍ରଶାନ୍ତ କୁମାର ଆ•ର୍ଯ୍ୟ, କୃଷ୍ଣଚନ୍ଦ୍ର ଝା, ଗଙ୍ଗାଧର ଦିକ୍ଷୀତ, ଛାୟାକାନ୍ତ ଆ•ର୍ଯ୍ୟ, ଆଶିଷ କୁମାର ମହାନ୍ତି, ସମ୍ବିତ କୁମାର ନାୟକ, ଜଗନ୍ନାଥ ମେହେର, ସୁପ୍ରିତ କୁମାର ବିଶ୍ୱାଳ, ଅମିୟ ଦାଶ, ଶିଶିର ସାମଲ, ଜ୍ୟୋତିଭୂଷଣ ଦାଶ, ଦୀପକ ପାଣିଗ୍ରାହୀ, ଶିତାଂଶୁ ରାଉତ, ରାଜେଶ ମିଶ୍ର, ବିଶ୍ୱ ରଞ୍ଜନ ସାଇଁ, ବିନୋଦ ବାରିକ, ରାଜେନ୍ଦ୍ର କୁମାର ମଲ୍ଲିକ, କିଶୋର ପାତ୍ର, ଶ୍ରୀମତୀ ସ୍ୱାଧୀନା ପାଲ ଓ ସୁଶ୍ରୀ ମନସ୍ୱିନୀ ପଟ୍ଟନାୟକ, ନିରୂପମା ନାୟକ, ପ୍ରିୟଙ୍କା ପଟ୍ଟନାୟକ, ଡା. ସୁଚିତ୍ରା ଦଳାଇ, ଭାଗ୍ୟଶ୍ରୀ ଗିରି, ଡା. ନିର୍ଲିପ୍ତା ଶୁଭସ୍ମିତା ସାହୁ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁ•ରୁ ରୂପେ ସମ୍ପନ୍ନ ହୋଇଥିଲା ।\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ