ରଞ୍ଜିତ ସାହୁ ରାଜ୍ୟ ବିଜେଡି ସମ୍ପାଦକ ନିଯୁକ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଜୁ ଜନତାଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ପୈାରାଚଂଳର ପୂର୍ବତନ କାଉନସିଲର ତଥା କେନ୍ଦ୍ରାପଡା ସାଂସଦଙ୍କ ପୈାରାଚଂଳ ପ୍ରତିନିଧି ଯୁବନେତା ରଞ୍ଜିତ ସାହୁଙ୍କୁ ରାଜ୍ୟ ବିଜେଡିର ସମ୍ପାଦକ(ଆଂଚଳିକ ଉନ୍ନୟନ) ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ସାହୁ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପକେଶରୀ ଦେବ, ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ସାହୁଙ୍କୁ ରାଜ୍ୟ ବିଜେଡିର ସମ୍ପାଦକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପ୍ରଦୀପ୍ତ ମହାନ୍ତି, ରାଜେଶ ପଣ୍ଡା, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଶିବପ୍ରସାଦ ଭଳ, ମୋହନ ଚରଣ ଆଚାର୍ଯ୍ୟ, ରଞ୍ଜନ ସାହୁ, ମଙ୍ଗଲବରଣ ସିଂ, ପ୍ରକାଶ ପରିଡା, ବିଜୟ ପତି, ପ୍ରତାପ ଚନ୍ଦ୍ର ଦାସ, ରୋସ୍ôନା ସାହୁ,ଶୁଭେନ୍ଦୁ ବାରିକ,ନାରାୟଣ ସାହୁ, ସବିତା ସାହୁ, ଗୋଲଖ ଚନ୍ଦ୍ର ପଢିଆରୀ, ଡେରାବିଶି ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ ପ୍ରମୁଖ ଶ୍ରୀ ସାହୁଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅନୁଭବ ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ