ସିମନବାଡ଼ି ବଜ଼ାରରେ ଲୋକେ ମାନୁନାହାନ୍ତି ସାମାଜିକ ଦୂରତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ);କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବହୁ ସମୟରେ ଦୋକାନ ବଜାର ଗୁଡ଼ିକରେ ଭିଡ଼ ଜମିବା ସହ ସାମାଜିକ ଦୂରତା ପାଳନ ଏବଂ ମାସ୍କ ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି। ଏ ନେଇ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଶୁକ୍ରବାର ହଠାତ୍ ଚଢ଼ାଉ କରିଛନ୍ତି। ସେ ସିମନବାଡ଼ି ବଜାରରେ ଅମାନିଆ ବାଇକ ଚାଳକଙ୍କୁ ଅଟକାଇବା ସହ କିଛି ଦୋକାନରେ ଭିଡ଼ ଜମିଥିବା ଦେଖିବାକୁ ପାଇଥିଲେ। ଏଣିକି ସାମାଜିକ ଦୂରତ୍ୱ ଅବମାନନା କଲେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ସିମନବାଡ଼ି ବ୍ୟାଙ୍କ ପରିଚାଳକଙ୍କୁ ମଧ୍ୟ ଏହି ଦିଗରେ ଦୃଷ୍ଟି ଦେବାକୁ ଏସ୍‌ଡିପିଓ ବାରିକ ପରାମର୍ଶ ଦେଇଛନ୍ତି। ଏହା ସହ ସାମାଜିକ ଦୁରତ୍ୱ ମାନୁ ନ ଥିବା ଲୋକଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଏବଂ ନିୟମିତ ପାଟ୍ରୋଲିଂ ଲାଗି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝିଙ୍କୁ ନର୍ଦ୍ଦେଶ ଦେଇିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ