ବିଶ୍ୱ ଆତଙ୍କୀ ଘୋଷଣାରେ ଚୀନର ଦୋମୁହାଁ ନୀତିକୁ ଜାଗରଣ ମଞ୍ଚର ବିରୋଧ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ଓ ହିଂସା ,ରକ୍ତପାତ ଘଟାଇଥିବା ଜୈଶ ଆତଙ୍କବାଦୀ ସଂଗଠନର ମୂଖ୍ୟ ମସୁଦ ଆଜାହର କୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ଚୀନ ବାଧକ ସାଜିଥିବାରୁ ସ୍ୱେଦେଶୀ ଜାଗରଣ ମଞ୍ଚ ତରଫରୁ ବିରୋଦ୍ଧ କରାଯାଇଛି ।ବ୍ରହ୍ମପୁର ଜାଗରଣ ମଞ୍ଚର ତରଫରୁ ଦୃଢ ନିନ୍ଦା କରିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।ଜିଲ୍ଲା ବିଭାଗ ପ୍ରମୁଖ ପ୍ରସନ୍ନ ଛୋଟରାୟ ଏବଂ ନଗର ପ୍ରମୁଖ ସଂଜୀବ କୁମାର ପଟ୍ଟନାୟକ କହିଛନ୍ତି ଯେ ଆତଙ୍କବାଦୀ ମାନଙ୍କ ପ୍ରତି ଚୀନର ଏହି କୋହଳ ନୀତି ଯୋଗୁଁ ମସୁଦ ବିଶ୍ୱ ଆତଙ୍କୀ ତାଲିକାରୁ ମୁକ୍ତ ପାଇଯାଉଛି ।ଏହାର କଡା ଯବାବ ଆତଙ୍କବାଦ ଓ ଚୀନ କୁ ଦେବା ଦରକାର ବୋଲି ଜାଗରଣ ମଞ୍ଚ ତରଫରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ