ଦିନକୁ ୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ

ନୂଆ ଦିଲ୍ଲୀ:ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି । ଗତ ୬ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧,୧୪୭ ନମୁନା ପରୀକ୍ଷା କରାଯାଇପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୫୨,୯୨,୨୨୦ରେ ପହଞ୍ଚିଛି ।
ବ୍ୟାପକ ନମୁନା ପରୀକ୍ଷଣ କାର‌୍ୟ୍ୟକ୍ରମକୁ ଦକ୍ଷତାର ସହିତ କାର‌୍ୟ୍ୟକାରୀ କରାଯାଉଛି । ଗତ ୩ ସପ୍ତାହ ମଧ୍ୟରେ ହୋଇଥିବା ହାରାହାରି ନମୁନା ପରିକ୍ଷଣକୁ ଅନୁଧ୍ୟାନ କଲେ ଏହା କିପରି ଅଗ୍ରଗତି କରିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ।
ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ଦକ୍ଷତାର ସହିତ କାର‌୍ୟ୍ୟକାରୀ କରାଯିବା ଦ୍ଵାରା ନିୟୁତ ପିଛା ଏହି ହାର ଆଜି ୨୫,୫୭୪ ପହଞ୍ଚିଛି । ବ୍ୟାପକ ପରୀକ୍ଷଣ ଦ୍ଵାରା ସଂକ୍ରମିତଙ୍କୁ ସଅଳ ଚିହ୍ନଟ କରାଯିବା ସହ ସେମାନଙ୍କୁ ଏକାନ୍ତବାସରେ ରଖାଯିବା ଓ ଅଧିକ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇପାରୁଛି । ନମୁନା ପରୀକ୍ଷଣକୁ ଜୋରଦାର କରାଇବା ଯୋଗୁଁ ଦେଶରେ ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟାଯାଇଛି । ୯୮୩ଟି ସରକାରୀ ଓ ୫୩୨ଟି ବେସରକାରୀ ପରୀକ୍ଷାଗାର ଏହିପରି ୧୫୧୫ଟି ପରୀକ୍ଷାଗାରରେ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସମ୍ଭବ ହୋଇପାରୁଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ