ଅନୁସୁଚିତ ଜାତି ଜନଜାତି ସଂଯୁକ୍ତ ସଙ୍ଘ ପକ୍ଷରୁ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଅଖିଳ ଭାରତ ଅନୁସୁଚିତ ଜାତି ଜନଜାତି ସଂଯୁକ୍ତ ସଙ୍ଘର ଜିଲ୍ଲା ଶାଖା ପକ୍ଷରୁ ମଙ୍ଗଳବାର ଦଳିତ ଯୁବକ ଦେବାଶିଷ ସେଠୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏସପିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏହି ଜିଲ୍ଲାରେ ଦଳିତ ନଷ୍ପେସିତମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ନାରୀ ନିର୍ଯ୍ୟାତନା ଭଳି ଅଭାବନୀୟ କାଣ୍ଡର ପୋଲିସ ନିଷ୍କ୍ରୀୟତା ଓ ଗଣତନ୍ତ୍ରର ସାମ୍ବିଧାନିକ ଅଧିକାର ପକ୍ଷପାତିତା ଆଜି ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଦଳିତ ଆଦିବାସୀମାନଙ୍କ ମନରେ ଧିରେ ଧିରେ ଆନ୍ଦୋଳନର ଦାନା ବାନ୍ଧୁଥିବା ଦେଖାଯାଇଛି । ତାକୁ ଦୃଷ୍ଟିରେ ରଖାଯାଇ ଜିଲ୍ଲାରେ ଘଟିଥିବା କେତେକ ଅଘଟଣ ଓ ଅମାନବୀୟ କାଣ୍ଡର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସଂଗଠନ ଦାବି କରିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ଅନୁସୁଚିତ ମହିଳା ଭଗବତୀ ସେଠୀଙ୍କ ଏକମାତ୍ର ପୁଅ ଦେବାଶିଷ ସେଠୀଙ୍କୁ ଜଣେ ଉଚ୍ଚ ଜାତିର ମହିଳା ଯେକି ଏବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପୋଲିସ ସବଇନିସପେକ୍ଟର ଭାବରେ କାର୍ଯ୍ୟରତ ତାଙ୍କୁ ପ୍ରେମ ଜାଲରେ ଫସାଇ ପୁରୀକୁ ଡକାଇ ସେଠାରେ ଗତ ଜୁଲାଇମାସ ୪ତାରିଖରେ ଯୋଜନାବଦ୍ଧ ଭାବେ ବଳିଆପଣ୍ଡା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀ ମୁହାଣରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦେବାଶିଷଙ୍କ ମା ଭଗବତୀ ଏସମ୍ପର୍କରେ ବଳିଆପଣ୍ଡା ଥାନାରେ ଅଭିଯୋଗ ଯାହା ଥାନା କେଶ ନମ୍ବର ୭୧/୨୦୨୦ରେ ପଞ୍ଜିକୃତ ହୋଇଛି । ଦଳିତ ମହିଳାଙ୍କୁ ନିର୍ଯ୍ୟାତନା ଦେବା ସେକସନ – ୩ ଓ ହତ୍ୟାମାମଲା ୩୦୨ରେ ପ୍ରଥମ ଅଭିଯୁକ୍ତାଙ୍କୁ ଗିରଫ କରାନଯିବା ଓ ତାଙ୍କୁ ଥାନାରେ ଆଇନର ରକ୍ଷକ ଭାବେ କାର୍ଯ୍ୟ କରିବାକୁ ଦିଆଯିବା ଘଟଣା ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ କୁଠାରଘାତ କରୁଛି ବୋଲି ଅଭିଯୋଗ ହୋଇଛି । ତେଣୁ ସଂପୃକ୍ତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ମହିଳା ସବଇନିସପେକ୍ଟରଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଏହି ଘଟଣାର ତଦନ୍ତ ପାଇଁ ସି.ବି.ଆଇ.କୁ ଦିଆଯିବା ପାଇଁ ସେମାନେ ଦାବି କରିଛନ୍ତି । ଅଖିଳ ଭାରତ ଅନୁସୁଚିତ ଜାତି ଜନଜାତି ସଂଯୁକ୍ତ ସଙ୍ଘର ଜିଲ୍ଲା ଶାଖା ସଭାପତି ସୁବଳ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ ଦାବୀପତ୍ର କାର୍ଯ୍ୟକ୍ରମରେ ପ୍ରବଳ ବର୍ଷା ସତ୍ୱେ ନିଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ତଥା ଆଇନଜୀବି ହଳଧର ସେଠୀ, ସୁଷମା ପାତ୍ର, ଜମୁନା ମଣ୍ଡଳ, ମିନତୀ ମଣ୍ଡଳ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଗଦାଧର ପାତ୍ର, ନାରଣ ପାତ୍ର, ବାବୁଲି ପାତ୍ର, ଉମେଶ ମଣ୍ଡଳ, ରୀନା ପାତ୍ର, କବିତା ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ