ୱାର୍ଲ୍ଡ ସ୍କିଲ କଜାନ ୨୦୧୯ ର ଚିତାକର୍ଷକ ଉଦ୍ଘାଟନଭୁବନେଶ୍ୱର: ରଙ୍ଗ ବେରଙ୍ଗ ବେଶଭୁଷାରେ ସଜ୍ଜିତ ୪୮ ଜଣିଆ ଭାରତୀୟ ଦଳ ୱାର୍ଲ୍ଡ ସ୍କିଲ କଜାନ ୨୦୧୯ ପ୍ରତିଯୋଗୀତାର ପ୍ରାରମ୍ଭିକ ଉତ୍ସବରେ ପ୍ୟାରେଡ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଛନ୍ତି । ଉତ୍ସବରେ ୬୩ ଟି ଦେଶରୁ ଆସିଥିବା ଦଳମାନେ ପ୍ରାୟ ୨.୫ ଲକ୍ଷ ଦର୍ଶକଙ୍କ ସାମ୍ନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏଥିରେ ଷଷ୍ଠ ବୃହତ ଦଳ ଭାବେ ଭାରତୀୟ ଦଳ ବିଭିନ୍ନ କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଥିଲେ । ରୁଷିଆ ର ପ୍ରଧାନମନ୍ତ୍ରୀ ଡିମିତ୍ରୀ ମେଡଭେଦେବ ଏହି ୬ ଦିନିଆ ପ୍ରତିଯୋଗୀତାର ଶୁଭ ଉଦ୍ଘାଟନ କରିଥିଲେ । ୫୬ଟି ବିଭାଗରେ ୧୩୦୦ ପ୍ରତିଯୋଗୀ ଦକ୍ଷତା ପ୍ରଦର୍ଶନ କରିବେ । ଭାରତକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିଯୋଗୀ ମାନେ ବିଭିନ୍ନ ସ୍ତରରେ ଦକ୍ଷତା ପ୍ରତିଯୋଗୀତା ରେ ନିଜର ଉତ୍କୃଷ୍ଟତା ପ୍ରଦର୍ଶନ କରି ବିଶ୍ୱ ଦରବାର ପାଇଁ ଚୟନ ହୋଇଛନ୍ତି । ନ୍ୟାସନାଲ ସ୍କିଲ ଡେଭେଲପମେଂଟ କର୍ପୋରେସନ ଏହିକାର୍ଯ୍ୟ ହାତକୁ ନେଇଛନ୍ତି । ଏହା ଏକ ଦକ୍ଷଭାରତ ଗଠନ ର ସ୍ୱପ୍ନ କୁ ସାକାର କରିବା ପାଇଁ ଉଦିୟମାନ ଯୁବପିଢିଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଓ ପ୍ରଯୁକ୍ତି ଜ୍ଞାନ ଆହରଣ ସୁଯୋଗ ପ୍ରଦାନ କରୁଛନ୍ତି । କଜାନ ଏକ୍ସପୋ ପ୍ରତିଯୋଗୀତା ସ୍ଥଳରେ ଭାରତର ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ କେନ୍ଦ୍ରମନ୍ତ୍ରୀ ଡଃ ମହେନ୍ଦ୍ରନାଥ ପାଣ୍ଡେ ଇଣ୍ଡିଆ ପାଭିଲିଅନର ଉଦ୍ଘାଟନ କରିଥିଲେ । ଏହି ପାଭିଲିଅନରେ ଭାରତ ସଂସ୍କୃତି, ପରମ୍ପରା. ବିଭିନ୍ନତା ତଥା କୌଶଳ ଆଦି ଦର୍ଶାଇଛନ୍ତି । ଡଃ ପାଣ୍ଡେ କଜାନ ଠାରେ ଭାରତୀୟ ଦଳକୁ ଉତ୍ସାହିତ କରିବା ସହ ଏ୨ଏ ଏବଂ ଈ୨ଈ ସହଭାଗୀତା ଲକ୍ଷନେଇ ଉପସ୍ଥିତି ଅଛନ୍ତି । ଗସ୍ତରେ ସେ ବିଭିନ୍ନ ଶିଳ୍ପ ପ୍ରତିନିଧି ମାନଙ୍କୁ ‘ସ୍କିଲ ଫର ଫ୍ୟୁଚର ୱିଥ୍ ସ୍କେଲ, ସ୍ପିଡ ଏଣ୍ଡ ଷ୍ଟାଣ୍ଡାର୍ଡସ୍’ ଉପରେ ଉଦବୋଧନ ଦେବେ । ଉତଦ୍ ବ୍ୟତିତ ସେ ସିସ୍କୋ, ସିମେନ୍ସ, ଲିଙ୍କନ ଇଲେକ୍ଟ୍ରିକ ଆଦି କମ୍ପାନୀ ମାନଙ୍କୁ ଭେଟି ଜ୍ଞାନ ର ଆଦାନ ପ୍ରଦାନ ଓ ପ୍ରବାସୀ ଭାରତୀୟ ମାନଙ୍କ ଉପରେ ଆଲୋଚନା କରିବେ । ଅଗଷ୍ଟ ୨୩ରୁ ଆରମ୍ଭ ହେଉଥିବା ପ୍ରତିଯୋଗୀତାରେ ଭାରତୀୟ ଦଳ ମୋବାଇଲ ରୋବୋଟିକ୍ସ, ପ୍ରୋଟୋଟାଇପ ମଡେଲିଙ୍ଗ, ହେୟାର ଡ୍ରେସିଙ୍ଗ, ବେକିଙ୍ଗ, କନଫେସନାରୀ ୱେଲଡିଙ୍ଗ, ବ୍ରିକ ଲେଇଙ୍ଗ, କାର ପେନ୍ଟିଙ୍ଗ ଇତ୍ୟାଦି ୪୪ଟି କୌଶଳ କ୍ଷେତ୍ରରେ ଭାଗନେବେ । କର୍ଯ୍ୟକ୍ରମ ପାଇଁ ୪୪ଜଣ ଏକ୍ସପର୍ଟ ଓ ୧୪ଜଣ ଇଂଟରପ୍ରିଟର ଦଳ ସହ କଜାନ ଗସ୍ତ କରିଛନ୍ତି । ଇଣ୍ଡିଆ ପାଭିଲିଅନ ର ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି, ଭାରତ ଦଳର ପ୍ରଦର୍ଶନ ଅତ୍ୟନ୍ତ ହୃଦୟସ୍ପର୍ଷୀ । ଦଳ ଅନ୍ତର୍ଜାତୀକ ସ୍ତରରେ କେବଳ ପ୍ରତିଯୋଗୀ ନୁହେଁ ବରଂ ଭାରତର ସଭ୍ୟତା ଓ ସଂସ୍କୃତିର ଦୁତ । ସେ କହିଛନ୍ତି ଭାରତ ସରକାରଙ୍କ ପକ୍ଷରୁ ପ୍ରଯୁକ୍ତି ପ୍ରଶିକ୍ଷଣ ଏବଂ କୌଶଳ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତାହାର ଫଳ ସ୍ୱରୁପ ଏ ବର୍ଷ ୪୮ଜଣ ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ଭାଗ ନେଇଛନ୍ତି । ଗତ ବର୍ଷ ୨୮ଜଣ ଏଥିରେ ଭାଗ ନେଇଥିଲେ । \n