ବେଆଇନ୍ ବାଲି ଚାଲାଣ;ଜେସିବି ସହ ୬ ଟ ଗାଡି ଜବତ

ବୁଗୁଡା,(ଅନିଲ କୁମାର ମହାରଣା) : ମହଙ୍ଗା ପଡ଼ିଲା ବେଆଇନ୍ ବାଲି ଚାଲାଣ, ଏଭଳି ଏକ ଘଟଣା ଦେଖି ବାକୁ ମିଳିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ବାଲିପଦର ଫାଣ୍ଡି ତଥା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ନିକଟ ସୁରମଣି ବାଲିଘାଟରେ। ମାଫିଆମାନେ ଅସ୍ଥାୟୀ କ୍ୟାମ୍ପ କରି ବେଆଇନ୍ ଭାବେ ଆନ୍ଧ୍ର ଓ ଛତିଶଗଡ଼କୁ ବାଲି ଚାଲାଣ କରୁଥିବା ଜଣାପଡ଼ିଛି। ଗତ ୩ ମାସ ଧରି ଏହି ବାଲି ମାଫିଆମାନେ ବଙ୍କା ଗ୍ରାମ ସୁରମଣି ବାଲିଘାଟରୁ ବେଆଇନ ଭାବେ ଶହଶହ ଟିପ୍ପର ଗାଡ଼ି ମଙ୍ଗଳପୁର ଆର.ଡ଼ି. ରୋଡ଼ ଦେଇ ରାଜ୍ୟ ବାହରୁ ଚୋରାଚାଲାଣ କରୁଥିଲେ । ଯାହା ଫଳରେ ଏହି ରାସ୍ତାଟି ଟ୍ରିପର୍ ଯିବା ଆସିବା ଦ୍ବାରା ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ଏହି ଆରଡ଼ି ରୋଡ଼୍ ଉପରେ ୧୦ ରୁ ୧୨ ଖଣ୍ଡ ଗ୍ରାମର ଲୋକମାନେ ଯାତାୟାତ ପାଇଁ ନିର୍ଭର କରୁଥିବା ବେଳେ ବାଲିମାଫିଆଙ୍କ ଦୌରାତ୍ମ୍ୟ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖା ଦେଇଥିଲା। ଏଭଳି ପରିସ୍ଥିତି ନେଇ ଗତ ଦିନରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ମଧ୍ୟ ବାଲି ଚୋରାଚାଲାଣ କୁ ନେଇ ଗାଡ଼ି ପୋଡ଼ା ଜଳା ଘଟଣା ଘଟିଥିବା ବେଳେ ସୁରମଣି ବାଲି ଖାଦାନରୁ ବାଲି ଚୋର ଚାଲଣ ଖବର ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ବେଲଗୁଣ୍ଠା ତହସିଲଦାର , ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ଓ ବେଲଗୁଣ୍ଠା ପୋଲିସ ଫାଣ୍ଡି ଓଆଇସିଙ୍କ ମିଳିତ ଭାବେ ଚଢ଼ାଉ କରି ବାଲିମାଫିଆଙ୍କ ଏକ ନଂମର ବିହୀନ ଜେସିବି ସମେତ ୬ ଟି ଗାଡ଼ି ଜବତ ସହ ନବ ବରାଡ଼, ସୁବାସ ସେଠୀ, ବାବୁଲା ପ୍ରଧାନ, ପ୍ରଶାନ୍ତ ମହାନ୍ତି, ଆଲୋକ ବେହେରା, ମନୋଜ ମହାଙ୍କୁଡ଼, ବି. କାହ୍ନୁ ଦୋରା, ସିପୁ ରାଉତରାୟ ଓ ଜୟ ଲାଲ କର୍ଣ୍ଣ ୯ ଜଣଙ୍କୁ ଗିରଫ କରିଛନ୍ତି। ବୁଗୁଡା ଥାନା କେଶ ନଂ ୨୪୫/ ୨୦ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଲିପଦର ଓଆଇସି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ