ଆତଙ୍କୀ ନିୟନ୍ତ୍ରଣରେ ପାକିସ୍ତାନ ବିଫଳ
ନୂଆଦିଲ୍ଲୀ (ଏଜେନ୍ସି): ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ଏବଂ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ବିଲାବଲ ଭୁଟୋ ଜର୍ଦ୍ଦାରୀ ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଖୋଲାଖୋଲି ଭାବରେ କାମ କରୁଥିବା କହିଛନ୍ତି । ଏହାସହ ସେ ପାକିସ୍ତାନ ସରକାରଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି । ସେ ସିନ୍ଧ୍ ବିଧାନସଭା କ୍ଷେତ୍ରରୁ ଗଣମାଧ୍ୟମରେ ଏନେଇ ଖୁଲାସା କରିଛନ୍ତି ।
ବିଲାବଲ ଜର୍ଦ୍ଦାରୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ । ଜର୍ଦ୍ଦାରୀ କହିଛନ୍ତି କି, ଆତଙ୍କବାଦ ବିରୋଧରେ ପାକିସ୍ତାନ ସରକାର ନରମ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ପାକିସ୍ତାନରେ ଆତଙ୍କବାଦୀ ମନଇଚ୍ଛା କାମ କରୁଛନ୍ତି । ପାକ୍ ସରକାର ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । କାରଣ ଏପରିକରି ପୂର୍ବରୁ ତାଙ୍କ ପିତାମାତାଙ୍କ ଜୀବନ ଯାଇଛି । ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ଶିଶୁଙ୍କୁ ମାରିବା ସହ ବିଦେଶରେ ମଧ୍ୟ ଆକ୍ରମଣ କରୁଛି । ଯାହାର ଦଣ୍ଡ ପାକିସ୍ତାନକୁ ମିଳୁଛି । ଏହାସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ ଖାନ୍ଙ୍କ ଦଳର ତିନିଜଣ ମନ୍ତ୍ରୀ ନିଷିଦ୍ଧ ଥିବା ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ଥିବା ସେ ଦାବି କରିଛନ୍ତି ।


