ମଦ ନିଶାହେଲା କାଳ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମଦ ନିଶାରେ ଚାଖଣା ଭାବି ଦାନାଦାର ଖାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଫୁଲବାଣୀ ସଦରଥାନା ଅନ୍ତର୍ଗତ ଗଞ୍ଜୁଗୁଡା ପଂଚାୟତର କୁଶୁମବଟା ଗ୍ରାମରେ। ଥାନାଧିକାରୀ ଆଦିତ୍ୟ ସେଠୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର  ରାତିରେ ଗ୍ରାମର ସୁବୁନା କହଁର(୬୦) ମଦ ନିଶାରେ ଜମିରେ ପକାଇବାକୁ ଥିବା ଦାନାଦାରକୁ ଚାଖଣା ଭାବି ଖାଇ ଦେଇଥିଲେ। ଏହା ପରେ ସେ ଗୁରୁତର ହେବାରୁ ଘର ଲୋକେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ମୃତକଙ୍କ ପୁଅ ଜଗନ୍ନାଥ କହଁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ୍‍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ