ମୋଟ ନମୁନା ପରୀକ୍ଷା ଟପିଲା ୪.୨୩ କୋଟି
ନୂଆ ଦିଲ୍ଲୀ:କୋଭିଡ-୧୯ ନିମନ୍ତେ ଅଧିକରୁ ଅଧିକ ନମୁନା ପରୀକ୍ଷଣ ପାଇଁ ଭାରତର ସଂକଳ୍ପ ଫଳପ୍ରଦ ହୋଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ପୁଣେର ଗୋଟିଏ ପରୀକ୍ଷାଗାରରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହି ମାସରେ ଏହାର ସାମର୍ଥ୍ୟ ଦୈନିକ ୧୦ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୪୬,୨୭୮ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ମୋଟ ନମୁନା ପରୀକ୍ଷା ସଂଖ୍ୟା ୪.୨୩ କୋଟି ପାର କରିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୭୮,୫୧୨ ଜଣ ସଂକ୍ରମିତ ହୋଇଥିବା ବେଳେ କେତେକ ଗଣମାଧ୍ୟମରେ କୌଣସି ଭିତ୍ତି ନଥାଇ ଏହା ପାଖାପାଖି ୮୦ ହଜାର ବୋଲି ପ୍ରଚାର କରିଛନ୍ତି । ୭ଟି ରାଜ୍ୟରୁ ଗତ ଗୋଟିଏ ଦିନରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ମୋଟ ୭୦ ଭାଗ ଆସିଥିବା ବେଳେ କେବଳ ମହାରାଷ୍ଟ୍ରରୁ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୨୧ ଭାଗ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ଆନ୍ଧ୍ରପ୍ରଦେଶରୁ ୧୩.୫, କର୍ଣ୍ଣାଟକରୁ ୧୧.୨୭ ଏବଂ ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ୮.୨୭ ପ୍ରତିଶତ ଥିବା ବେଳେ ପଶ୍ଚିମବଙ୍ଗରୁ ୩.୮୫ ଓ ଓଡିଶାରୁ ୩.୮୪ ପ୍ରତିଶତ ଅଛନ୍ତି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୪୩ ଭାଗ ୩ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଅଛନ୍ତି । ତାମିଲନାଡୁରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୧.୬୬ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଶତକଡା ୫୦ ଭାଗ ସଂକ୍ରମିତ ମୃତ୍ୟୁବରଣ କରିଥିବା ବେଳେ ମହାରାଷ୍ଟ୍ରରେ ଏହା ସର୍ବାଧିକ ୩୦.୪୮ ପ୍ରତିଶତ ରହିଛି । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ମୃତ୍ୟୁ ସଂଖ୍ୟା ଉପରେ ତୀକ୍ଷଣ ନଜର ରଖିଛନ୍ତି । ବ୍ୟାପକ ନମୁନା ପରୀକ୍ଷା, ଚିହ୍ନଟ ଓ ଉତ୍କୃଷ୍ଟ ଚିକିତ୍ସା ସେବା ପ୍ରଦାନ କରି ମୃତ୍ୟୁହାର ନିୟନ୍ତ୍ରଣକୁ ଆଣିବା ଲାଗି ଏହି ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ।
ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: ।https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ