ପେଟ୍ରୋଲ ପମ୍ପରେ କରୋନା କଟକଣା

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):   ବେଲଗୁଣ୍ଠା ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ ପ୍ରଶାସନ ତରଫରୁ କରୋନା କଟକଣା ପାଳନ ଓ ଦୋକାନ ମାନଙ୍କୁ ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଆଜି ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ଏସାର୍ ପେଟ୍ରୋଲ ପମ୍ପ ଠାରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ଉପସ୍ଥିତ ରହି ପେଟ୍ରୋଲ୍ ପକାଇବାକୁ ଆସୁଥିବା ଗ୍ରାହକ ମାନଙ୍କ ସଚେତନ କରାଇବା ସହ କରୋନା କଟକଣା ନିୟମ ପାଳନ କରିବା ପାଇଁ କହିଥିଲେ । ଏଥି ସହିତ ପେଟ୍ରୋଲ୍ ପମ୍ପ ସେଲ୍ସ ମ୍ୟାନ ଏବଂ କର୍ତ୍ତୃପକ୍ଷଙ୍କୁ ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ