ଗଜପତିରେ ଆଜି ୨୭ଜଣ ପଜିଟିଭ୍ ଚିହ୍ନଟ,ମୋଟ ସଂଖ୍ୟା ୨୯୦୧

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୭ଜଣକୁ ମିଶାଇ ସଂଖ୍ୟା ୨୯୦୧ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୨୭ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୧୧ଜଣ, କାଶୀନଗର ବ୍ଲକରୁ ୪ଜଣ,ଗୋଷାଣୀ ବ୍ଲକରୁ ୪ଜଣ,ଗୁମ୍ମା ବ୍ଲକରୁ ୨ଜଣ,ମୋହନା ବ୍ଲକରୁ ଜଣେ,ରାୟଗଡ ବ୍ଲକରୁ ୨ଜଣ,ଆର.ଉଦୟଗିରି ବ୍ଲକରୁ ୩ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ କରୋନା ଯୋଦ୍ଧା ୨ଜଣ,ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ ୭ଜଣ,ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୧୮ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ