ବାରିପଦା ବ୍ରିଲିଆନ୍ସ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଛାତ୍ର ଅସନ୍ତୋଷ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବାରରିପଦା ସହର ଉପକଣ୍ଠ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ କାଠପାଳ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖାଦେଇଛି ଛାତ୍ର ଅସନ୍ତୋଷ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନ୍ୟ ମହାବିଦ୍ୟାଳୟକୁ ନାମ ବଦଳ ନିମନ୍ତେ ପ୍ରକାଶିତ ବିଜ୍ଞପ୍ତି ଶେଷ ହେବାକୁ ହାତରେ ଗୋଟାଏ ଦିନ ଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦେଖା ମିଳୁ ନାହିଁ । ତେଣୁ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଛାତ୍ର ଅଭିଭାବକ ସହ ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବଙ୍କ ନିକଟରେ ଫେରାଦ ଓ ନ୍ୟାୟ ପାଇବା ନିମନ୍ତେ ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ