ବାଉଁଶ ସାହାଯ୍ୟରେ ଗାଁ ରେ ପହଞ୍ଚିଲା ପାଣି

ରାଇକିଆ, (ଓ୍ବାଇଏନ୍ଏସ୍):ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକଙ୍କୁ ପିଇବା ପାଣି ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି । କିନ୍ତୁ ଅଧିକାଂଶ ଅଂଚଳରେ ଯୋଜନାର ସୁଫଳ ଲୋକଙ୍କ ପାଖରେ ପଂହଚିପାରୁନାହିଁ । ଏହି ସମୟରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗଡବାଡ଼ି ପଞ୍ଚାୟତ ର ବଡିମାହା ଗାଁରେ ଲୋକେ ଉଦାହରଣ ସୃଷ୍ଟି କରିଛନ୍ତି । ଲୁହା କିମ୍ବା ପ୍ଲାଷ୍ଟିକ ନୁହେଁ ବାଉଁଶ ସହୟତାରେ ନିକଟସ୍ଥ ଝରଣାରୁ ଆଣିଛନ୍ତି ପିଇବା ପାଣି ।ପାଖାପାଖି ୨୫୦ ଜନସଂଖ୍ୟା ବିଶିଷ୍ଟ ବଡିମାହା ଗାଁ ରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଛି । ପାଣି ପାଇଁ ପ୍ରଶାସନ ନିକଟରେ ଗୁହାରି କରିଥିଲେ।କିନ୍ତୁ କିଛି ଫଳ ମିଳିନଥିଲା । ପରେ ଦୁଇଟି ସ୍ୱେଚ୍ଛାସେବୀ ସଙ୍ଗଠନ ଗାଁରେ ପଂହଚିବା ପରେ ସେମାନେ ଏ ସମ୍ପର୍କରେ ଜଣାଇଥିଲେ । ପରେ ଗାଁ ନିକଟରେ ଥିବା ଏକ ଝରଣାରୁ ବାଉଁଶ ସହାୟତାରେ ଅଣାଯାଇଛି ପାଣି । ଗାଁ ଠାରୁ ଅଧ କିଲୋମଟର ଦୂର ରେ ଥିବା ପାହାଡ ରୁ ବହି ଯାଉଥିବା ଝରଣା ରୁ ଗୋଟିଏ ପରେ ଗୋଟିଏ ବାଉଁଶ କୁ ଯୋଡ଼ି ଗାଁ ନିକଟ କୁ ପାଣି ପହଞ୍ଚିଥିଲେ । ଏହା ଦ୍ବାରା ସାମୟିକ ଭାବେ ଗ୍ରାମବାସୀ ଙ୍କ ର କିଛି ମାତ୍ରା ରେ ଜଳ ସମସ୍ୟା ରୁ ମୁକ୍ତି ମିଳି ଥିବା ଗ୍ରାମବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ