ରୋଟାରୀ ଗଭର୍ଣ୍ଣରଙ୍କ ଫୁଲବାଣୀ ଗସ୍ତ

ଫୁଲବାଣୀ, କନ୍ଧମାଳ (ଓ୍ବାଇଏନଏସ): ରୋଟାରୀ ଜିଲ୍ଲା ଗଭର୍ଣ୍ଣର (୨୦୨୫–୨୬) ରୋଟାରିଆନ୍ ମନୋଜ ତ୍ରିପାଠୀ ଓ ଫାଷ୍ଟ ଲେଡି ମଧୁସ୍ମିତା ତ୍ରିପାଠୀ ଦୁଇ ଦିନିଆ ଗସ୍ତରେ ଫୁଲବାଣୀ ଆସି ନାରାୟଣୀ ରୋଡ଼ସ୍ଥିତ ରୋଟାରୀ କ୍ଲବ୍‌ର କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ଗଭର୍ଣ୍ଣର ଶ୍ରୀ ତ୍ରିପାଠୀ କ୍ଲବ୍‌ର ସଭାପତି ପ୍ରକାଶ ପଣ୍ଡା ଓ ସମ୍ପାଦକ ବିରଜା ପ୍ରସାଦ ନାହାକଙ୍କ ସହ ଚଳିତ ୨୦୨୫–୨୬ ବର୍ଷର ଆୟ-ବ୍ୟୟ ହିସାବ ଏବଂ କ୍ଲବ୍ ପକ୍ଷରୁ କରାଯାଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ଆଗାମୀ ଦିନରେ ଅଧିକ ସେବାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଫୁଲବାଣୀରେ ପହଞ୍ଚିବା ପରେ ଗଭର୍ଣ୍ଣର ଓ ଫାଷ୍ଟ ଲେଡିଙ୍କୁ ରୋଟାରୀ କ୍ଲବ୍ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଗସ୍ତ ଅବସରରେ କ୍ଲବ୍ ପକ୍ଷରୁ ସହରର ବାଳାଶ୍ରମରେ ରହୁଥିବା ପ୍ରାୟ ୫୦ ଜଣ ଅନ୍ତେବାସୀଙ୍କୁ ଖାତା, ପେନ୍ସିଲ, ରବର, ବିସ୍କୁଟ, ଚକୋଲେଟ ଓ ଗାମୁଛା ବଣ୍ଟନ କରାଯାଇଥିଲା। ଏହା ସହିତ ଶିଶୁମାନଙ୍କୁ ଶିକ୍ଷା ଓ ଉତ୍ତମ ଜୀବନ ଗଠନ ସମ୍ପର୍କରେ ଉତ୍ସାହିତ କରିଥିଲେ। ପରେ ସେମାନେ ଶକ୍ତି ସଦନ ପରିଦର୍ଶନ କରି ସେଠାରେ ରହୁଥିବା ନିର୍ଯାତିତା ମହିଳାମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ। ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ, ସେ ଦିଗରେ କାର୍ଯ୍ୟ କରିବାକୁ ଗଭର୍ଣ୍ଣର ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ବିପ୍ର ଚରଣ ପାତ୍ର, ପ୍ରଶାନ୍ତ କୁମାର ପାଣିଗ୍ରାହୀ, କେ. ଜ୍ଞାନ ଦୋରା, ୨୦୨୬–୨୭ ବର୍ଷର ସଭାପତି ତଥା ବରିଷ୍ଠ ଆଇନଜୀବୀ ବିଜୟ ପଟ୍ଟନାୟକ, ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଡି. ଅରୁଣା, ଉର୍ମିଳା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଆୟୋଜିତ ବନ୍ଧୁମିଳନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଭର୍ଣ୍ଣର ମନୋଜ ତ୍ରିପାଠୀ ସେବାମୂଳକ କାର୍ଯ୍ୟକୁ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଜଣାଇଥିଲେ। ସେ ଫୁଲବାଣୀ ରୋଟାରୀ କ୍ଲବ୍‌ର ଜନହିତକର କାର୍ଯ୍ୟ ପାଇଁ ନିଜ ପକ୍ଷରୁ ଯଥାସମ୍ଭବ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ କ୍ଲବ୍‌ର ବରିଷ୍ଠ ସଦସ୍ୟ ରବି ସୁବୁଦ୍ଧି, ପଦ୍ମଚରଣ ସ୍ୱାଇଁ, ବି. ଦେବେନ୍ଦ୍ର ପାତ୍ର, ଶରତ ସୁବୁଦ୍ଧି, ସର୍ବେଶ୍ୱର ମିଶ୍ର, ହରିଶ୍ଚନ୍ଦ୍ର ମହାରଣା, ମନୋରଞ୍ଜନ ପଟ୍ଟନାୟକ, ସୀମାଞ୍ଚଳ ବେହେରା, ନୀଳମାଧବ ମିଶ୍ର, ସୁଭ୍ରା ପଟ୍ଟନାୟକ, ସୁନୀତା ନାୟକଙ୍କ ସମେତ ଅନ୍ୟ ସଦସ୍ୟ, ପରିବାରବର୍ଗ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ