ଆଦାନୀ ଗ୍ରୀନ ଏନର୍ଜିର ୨୦୫ ମେଗାୱାଟ ସୋଲାର ଆସେଟ ଅଧିଗ୍ରହଣ ଚୁକ୍ତି ସ୍ୱାକ୍ଷରିତ

ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ (ଏଜିଇଏଲ) ୨୦୫ ମେଗାୱାଟର କାର୍ଯ୍ୟକ୍ଷମ ସୋଲାର ଆସେଟ ଅଧିଗ୍ରହଣ ପାଇଁ ଏସେଲ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡ (ଇସିଇପିଏଲ) ଓ ଏସେଲ ଇନଫ୍ରା ପ୍ରୋଜେକ୍ଟସ ଲିମିଟେଡ (ଇଆଇଏଲ) ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ବିଭିନ୍ନ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କର ଏହି ସବୁ ଆସେଟ ପାଇଁ ପାୱାର ପରଚେଜ ଏଗ୍ରିମେଂଟ (ପିପିଏ) ରହିଛି । ଏହି ଅଧିଗ୍ରହଣର ବ୍ୟବସାୟିକ ମୂଲ୍ୟ ଆନୁମାନିକ ୧୩୦୦ କୋଟି ହେବ ବୋଲି ଆକଳନ କରାଯାଇଛି ।
ଆଦାନୀ ଗ୍ରୀନ ଏନର୍ଜି ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ ପିରାମଲ କହିଛନ୍ତି, “ଏହି ୨୦୫ ମେଗାୱାଟ କାର୍ଯ୍ୟକ୍ଷମ ସୋଲାର ଆସେଟ ଅଧିଗ୍ରହଣ ଆଦାନୀ ଗ୍ରୀନ ଏନର୍ଜିକୁ ଭାରତର ଏକ ପ୍ରମୁଖ ପାୱାର କମ୍ପାନୀ ଭାବେ ଗଢି ତୋଳିଛି । ଏହା ବର୍ତମାନର କ୍ଷମତାକୁ ୫.୫ ଗିଗାୱାଟ କୁ ବୃଦ୍ଧି କରିଛି । ଏଥି ମଧ୍ୟରୁ ୨.୫ ଗିଗାୱାଟ କାର୍ଯ୍ୟକ୍ଷମ ଥିଲାବେଳେ ବଳକା ଗୁଡିକ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଯିବେ ।”
ସେ କହିଥିଲେ “ ଏହା ଆମର ପ୍ରଥମ ବ୍ରାଉନ ଫିଲଡ୍ ଅଧିଗ୍ରହଣ । ଏହ ଆମର ବିଭିନ୍ନ ରାଜ୍ୟରେ ଉପସ୍ଥିତିକୁ ମଜଭୁତ କରି ସେୟାରହୋଲଡର ମାନଙ୍କୁ ଉଚିତ୍ ମୂଲ୍ୟ ଦେବ । ଆମେ ସମସ୍ତ ଅଂଶଧାରୀ ଙ୍କ ଉନ୍ନତି ସହ ଭାରତରେ ପରିବେଶ ଅନୁକୁଳ ସବୁଜ ଶକ୍ତିର ବିକାଶ କରିବାକୁ ପ୍ରୟାସ କରୁଛୁ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ