ଓଡି଼ଶାରେ ଗଚ୍ଛିତ ଥିବା ଖଣିଜ ପଦାର୍ଥର ବିନିଯୋଗ ଦ୍ୱାରା ନିଯୁକ୍ତି ବଢିବ: ବେଦାନ୍ତ

କଳାହାଣ୍ଡି, : ଭାରତରେ ସର୍ବାଧିକ ଆଲୁମିନିୟମ ଉତ୍ପାଦନ କରୁଥିବା ବେଦାନ୍ତ ଅଲୁମିନିୟମର ସହାୟକ କମ୍ପାନୀ ବେଦାନ୍ତ ଲାଞ୍ଜିଗଡ ଗତ ସପ୍ତାହରେ ଭୁବନେଶ୍ୱରରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଦ୍ୱାରା ଆୟୋଜିତ ଏଚ୍ଆର ଲିଡରସିପ ସମିଟ୍ ୨୦୧୯ ରେ ଅଂଶ ଗ୍ରହଣ କରିଥିଲା । କମ୍ପାନୀ ଅନୁସାରେ ଖଣିଜ ପଦାର୍ଥ ଉତଳନ ପ୍ରକ୍ରିୟାକୁ ବଢାଇବା ଦ୍ୱାରା ଓଡି଼ଶାର ଗଚ୍ଛିତ ଖଣିଜ ପଦାର୍ଥ ଉତଳନ ପ୍ରକ୍ରିୟାକୁ ସହାଯ୍ୟ ମିଳିପାରିବ ଯାହକି ନୂତନ ନିଯୁକ୍ତି ସୃଷ୍ଟି ସହିତ ଆର୍ôଥକ ବିକାଶ ମଧ୍ୟ ହୋଇପାରିବ ଏବଂ ଶିଖର ସମ୍ମିଳନି ରେ ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ କୁହାଯାଇଛି ଯେ ଓଡି଼ଶାରେ ଗଚ୍ଛିତ ପ୍ରାକୃତିକ ସମ୍ବଳ ର ବ୍ୟବହାର ଦ୍ୱାରା ଏକ ଟ୍ରିଲିୟନ ଅର୍ଥନୀତିରେ ପହଂଚି ପାରିବା । ଏହି ଅବସରରେ ଶ୍ରୀ ରାହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ , ବେଦାନ୍ତ -ଆଲୁମିନା ବ୍ୟବସାୟ କହିଛନ୍ତି ଯେ ବେଦାନ୍ତ, ସରକାରଙ୍କ ନିତି ଅନୁସାରେ ୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଅର୍ଥନୀତି କୁ ପ୍ରାପ୍ତ କରିବା ପାଇଁ ନିଜର ସମସ୍ତ ସହାୟତା କୁ ଚାଲୁରଖିବ । ରାଜ୍ୟରେ ୫୦,୦୦୦ କୋଟି ର ସବୁଠାରୁ ଅଧିକ ଅର୍ଥ ବିନିଯୋଗ କରି କମ୍ପାନୀ ବେଦାନ୍ତ ଆଲୁମିନିୟମ ଓଡି଼ଶାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ପ୍ରମୁଖ ନିଯୁକ୍ତି ସୃଷ୍ଟିକାରି ହିସାବରେ ଆମେ ଆପଣଙ୍କୁ ବିଶ୍ୱାସ ଦେଇ ପାରିବୁ ଯେ ଡିଜିଟାଲିକରଣ ଏବଂ ବିବିଧତା ଦ୍ୱାରା ଆମେ ଏହି ସଫଳତା କୁ ହାସଲ କରିବା ପାଇଁ ସକ୍ଷମ ହୋଇଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ