ପରଦାରେ ‘ଦ ହ୍ୱାଇଟ୍ ଟାଇଗର’!
ଅରବିନ୍ଦ ଆଡ଼ିଗାଙ୍କ ରଚିତ ତଥା ବ୍ଲକର ପୁରସ୍କାର ପ୍ରାପ୍ତ ପୁସ୍ତକ ‘ଦ ହ୍ୱାଇଟ ଟାଇଗର’ର କାହାଣୀ ଆଧାରରେ ନେଟପ୍ଲିକ୍ସ ପକ୍ଷରୁ ଏକ ଫିଲ୍ମ ନିର୍ମିତ ହେବ । ଏଥିରେ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ । ରାଜକୁମାରଙ୍କ ବିପକ୍ଷରେ ପ୍ରିୟଙ୍କାଙ୍କ ଏହା ପ୍ରଥମ ଫିଲ୍ମ । ଚଳିତ ବର୍ଷ ଶେଷ ଆଡକୁ ଭାରତରେ ସୁଟିଂ ଆରମ୍ଭ ହେବ । ଫିଲ୍ମର ନିର୍ଦ୍ଦେଶନା ଦେବେ ରାମିନ ବହରାନୀ । ‘ଦ ହ୍ୱାଇଟ ଟାଇଗର’ ପଢ଼ିବା ପରେ ଏହାର ରୋମାଞ୍ଚକର କାହାଣୀ ପ୍ରିୟଙ୍କାଙ୍କୁ ଖୁବ ପ୍ରଭାବିତ କରିଥିଲା ଏବଂ ଏପରି ଏକ ବିଶ୍ୱସ୍ତରୀୟ ପ୍ରୋଜେକ୍ଟର କାମ ପାଇଁ ସେ ଖୁବ୍ ଉତ୍ସାହିତ ଥିବା କହିଛନ୍ତି । ପ୍ରିୟଙ୍କାଙ୍କ ଆମାଗୀ ଫିଲ୍ମ ‘ଦ ସ୍କାର ଇଜ୍ ପିଙ୍କ’ ଅକ୍ଟୋବର ୧୧ ତାରିଖରେ ମୁକ୍ତିଲାଭ କରିବ ।