ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଭର୍ଚୁଆଲ ଦ୍ଵିପାଖିକ ଶିଖର ବୈଠକ

ନୂଆ ଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର୨୬,୨୦୨୦ ତାରିଖ ଦିନ ଭର୍ଚୁଆଲ ମୋଡ଼ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ।ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକ ଉଭୟ ନେତାଙ୍କୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବିଷୟରେ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ । ଉଭୟ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସଂପର୍କର ବିସ୍ତୃତ ସମୀକ୍ଷା କରିବେ । ବିଶେଷ କରି ଶ୍ରୀଲଙ୍କାରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ହେବ । ଉଭୟ ରାଷ୍ଟ୍ର ପରସ୍ପରର ବହୁ ପରୀକ୍ଷିତ ବନ୍ଧୁ ରାଷ୍ଟ୍ର ଭାବେ ଦୀର୍ଘ ଦିନରୁ ରହି ଆସିଛନ୍ତି ।ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଏକ ଟ୍ଵିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ଶ୍ରୀ ରାଜପକ୍ଷଙ୍କ ସହ ମିଶି ସମୀକ୍ଷା କରିବା ପାଇଁ ସେ ଅପେକ୍ଷା କରି ରହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ କୋଭିଡ଼ ପରବର୍ତ୍ତୀ ସମୟରେ ଉଭୟ ଦେଶର ସଂପର୍କକୁ କିଭଳି ଅଧିକ ବ୍ୟାପକ କରାଯାଇ ପାରିବ ସେ ସଂପର୍କରେ ମଧ୍ୟ ଉଭୟ ନେତା ଉପାୟ ଚିନ୍ତା କରିବେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ