ବନ୍ତରେ ସାର ଦୋକାନରେ ଚଢାଉ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ଚାଷୀ ମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ସାର ବିକ୍ରି ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହିତ ଡିଲର ମାନେ ଯେପରି ଚଢା ଦରରେ ସାର ବିକ୍ରି ନକରି ପାରିବେ ସେନେଇ ପ୍ରତ୍ୟେକ ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଖିଲାପି ଡିଲରଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କୁ ଚଢା ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଖବର ପାଇ ଗୁରବାର ଜିଲ୍ଲା କୃଷି ବିଭାଗ ପକ୍ଷରୁ ବନ୍ତ ବଜାରରେ ଥିବା ସାର ଦୋକାନ ଉପରେ ଚଢାଉ କରାଯାଇଥିଲା । ବନ୍ତ ବଜାରସ୍ଥିତ ଟିଲୋ ଗ୍ରାମର ସୁଶାନ୍ତ କୁମାର ସାହୁଙ୍କ ସାର ଦୋକାନରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉରେ ସି.ଡି.ଏ.ଓ ପ୍ରସାଦ କୁମାର ନାଏକ, ଏଫ.ଆଇ ତୁଷାରକାନ୍ତ ପତିଙ୍କ ସମେତ ପୋଲିସ କର୍ମଚାରୀ ସାମିଲ ଥିଲେ । ଉକ୍ତ ଦୋକାନରେ ଚାଷୀ ମାନଙ୍କ ଠାରୁ ସାର ବାବଦ ୩୫୦, ୪୦୦ ଓ ୪୫୦ ଟଙ୍କା ନିଆଯାଉଥିବା ଚାଷୀ ମାନେ ଅଭିଯୋଗ କରିଥିଲେ । ଅଧିକାରୀ ମାନେ ସଂପୃକ୍ତଙ୍କ ଡିଲରଙ୍କ ସାର ଦୋକାନ, ଗୋଦାମ ଘର ସମେତ ଷ୍ଟକ୍ ଓ ଲାଇସେନ୍ସ ଆଦି ଯାଞ୍ଚ କରିଥିଲେ । ଷ୍ଟକ୍‌ରେ କୌଣସି ସାର ନଥିବା ଜଣାଯାଇଛି । ସମସ୍ତ ସାରକୁ ବିକ୍ରୟ କରାଯାଇଛି । ଯାଞ୍ଚ ବେଳେ ଅନିୟମିତତା ପ୍ରମାଣ ମିଳିବାରୁ ଅଧିକାରୀ ମାନେ ସଂପୃକ୍ତ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଲାଇସେନ୍ସ ସସ୍‌ପେଣ୍ଡ କରିବା ପାଇଁ ସୁପାରିଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ