ସଦଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ଵତୀ ମହାରାଜାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ
ଚିକିଟି,(କୁରେଶୁ ସାହୁ): ଗୁରୁବାର ଦିନ ଦିବ୍ୟ ଜୀବନ ସଂଘ,ରମ୍ପା ଶାଖାରେ ଚିକିଟି ଦିବ୍ୟ ଜିଲ୍ଲା ତରଫରୁ ଚିକିଟି ଦିବ୍ୟ ଜିଲ୍ଲାର ମୁଖ୍ୟ ସଂଗଠକ ପି.ଲକ୍ଷ୍ମୀ ନାରାୟଣ ସୁବୁଦ୍ଧିଙ୍କ ଅଧକ୍ଷତାରେ ସଦଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ଵତୀ ମହାରାଜାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି | ଏହି କାର୍ଯ୍ୟକ୍ରମରେ ପ୍ରାତଃ ବ୍ରହ୍ମମୁହୂର୍ତ୍ତ ସାଧନା,ଜୟ ଗଣେଶ କୀର୍ତ୍ତନ,ଗୁରୁ ସ୍ତୋତ୍ର,ଶ୍ରୀଶୁକ୍ତମ,ଶନିଶ୍ଚର ସ୍ତୋତ୍ରମ,ଗୀତା ଓ ମାନସ ପାଠ,ବିଶ୍ୱ ପ୍ରାର୍ଥନା,ପ୍ରଭୁ ପ୍ରାର୍ଥନା,ଅର୍ଚନା ଓ ଭଜନ କୀର୍ତ୍ତନ କରିବା ସହ ଭାରତର ଏବଂ ବିଶ୍ୱର କରୋନା ଯୋଦ୍ଧାମାନଙ୍କ ଶୀଘ୍ରତିଶୀଘ୍ର ଏହି ରୋଗ ମୂଳପୋଛ ପାଇଁ ପ୍ରାର୍ଥନା କରାଯାଇଥିଲା |