ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସାହାର୍ଯ୍ୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରୋଗାକ୍ରାନ୍ତ ଓ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସାହାର୍ଯ୍ୟ ପ୍ରଦାନ କରାଯାଇଛି । ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଗ୍ରାମରେ ଗତ ୨୩ତାରିଖ ଦିନ ପ୍ରଶାନ୍ତ ଜେନା ଇଲେଭେନ କେଭି ତାର ସଂଶ୍ପର୍ସରେ ଆସି ଗୁରୁତର ଆହତ ହୋଇଥିଲେ । ଏବେ ସେ କଟକ ମେଡିକାଲ ଠାରେ ଚିକିତ୍ସିତ ହେଉଥିବାବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ଏପରିସ୍ଥଳେ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନେୟୀଶୋଚ ପକ୍ଷରୁ ଏକ ପାଞ୍ଚଜଣିଆ ସଦସ୍ୟ ଦଳ ପ୍ରଶାନ୍ତଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ବାପା ଓ ପତ୍ନୀଙ୍କ ସହିତ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝି ଥିବାବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି କିଛି ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିଛନ୍ତି । ସେହିଭଳି ଦେଉଳପଦୀ ଗ୍ରାମରେ ଆଜନ୍ମ ଆକାଶମାରୀ ବାତ୍ୱରୋଗରେ ପିଡୀତ ଥିବା ନିର୍ମଳ ସାମଲଙ୍କୁ ସହିଦ ଭଗତ ସେନା ପକ୍ଷରୁ ସଦସ୍ୟମାନେ ସାକ୍ଷାତ କରିଛନ୍ତି । ସେ କେଉଁଭଳି ଭାବେ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି ସେ ବିଷୟରେ ସଦସ୍ୟମାନେ ଜାଣିବାକୁ ପାଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସହିଦ ଭଗତସେନା ପକ୍ଷରୁ ତାଙ୍କୁ ଆବଶ୍ୟକୀୟ ଅର୍ଥ ଯୋଗାଯାଇଥିବା ବେଳେ ଅନ୍ୟାନ୍ୟ ସାହାର୍ଯ୍ୟ ପାଇଁ ପ୍ରତିଶୃତି ଦିଆଯାଇଛି ।


