ଗାଧୁଆ ଘରେ କିରୋସିନି ଢାଳି ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫାଣ୍ଡି ଅଧିନସ୍ଥ ହାଟବାଦଡା ବଜାର ପାଖରେ ଜନୈକ ମହିଳା ମଙ୍ଗଳବାର ଅପରାହ୍ନରେ ନିଜ ଗାଧୁଆ ଘରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ହାଟବାଦଡାର ଚନ୍ଦନ ସାହୁ ୧୧ ବର୍ଷ ତଳେ ପଡୋଶୀ ଝାଡଖଣ୍ଡ ରାଜ୍ୟର ପଦ୍ମିନୀ ସାହୁଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି ପାରିବାରିକ କନ୍ଦଳ ନେଇ ପଦ୍ମିନୀ ଏଭଳି ଏକ ଦୁଃଖଦ ଘଟିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ପୋଲିସ ଏକ ଅପମୃତ୍ୟୁ ମାମଲା ୨୫/୨୦ରୁଜୁ କରି ଘଟଣାର ସବିଶେଷ ତଦନ୍ତ କରୁଛି । ପୋଲିସ ବୁଧବାର ଦିନ ଅର୍ଦ୍ଧ ଦଗ୍ଧ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି ।କିନ୍ତୁ ଏହି ଘଟଣାକୁ ନେଇ ପିଡିତାଙ୍କ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇନାହିଁ |