ବିଜେଡିର ଜନ ସଚେତନା ଅଭିଯାନ ଶୁଭାରମ୍ଭ
ଛତ୍ରପୁର,(ଦେବଦତ୍ତ ମହାରଣା):ପ୍ରତି ବର୍ଷ ଅକ୍ଟୋବର ୨ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ଜନ୍ ସମ୍ପର୍କ ପଦ ଯାତ୍ରା ଅନଷ୍ଠିତ ହେଉଥିଲା।ଚଳିତ ବର୍ଷ ବିଶ୍ଵ ରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ହେତୁ ମାନବ ସମାଜ କରୋନା ଠାରୁ ବିଜୟ ଲାଭ କରିବା ଲକ୍ଷ୍ୟ ରେ ବିଜୁଜନତା ଦଳ ରାଜ୍ୟ ସଭାପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ଜନ ସଚେତନା ପଦ ଯାତ୍ରା ଆରମ୍ଭ ହୋଇଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଓ ମୋ ପରିବାର ଆନୁକୂଲ୍ୟରେ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିପୁଲିଙ୍ଗି ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ . ଧନଞ୍ଜୟ ରେଡୀ, ଵିପୁଲିଙ୍ଗି ସରପଞ୍ଚ ଟି. ନରସିଂହ ରେଡୀ ଓ ସମିତି ସଭ୍ୟ ଜୟଦେବ ଲେଙ୍କା ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରିଛନ୍ତି l


