ରୋହିତ-ୱାର୍ଣ୍ଣର, ରାହୁଲ-ଧୋନି ମୁକାବିଲା

ଭୁବନେଶ୍ୱର,(ୱାଇଏନ୍ଏସ୍): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସାରଜାରେ ମୁମ୍ବଇ ଇଣ୍ଡିଆନ୍ସ -ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍‌ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ ଭାରତୀୟ ସମୟ ଅପରାହ୍ଣ ୩ଟା୩୦ରୁ ଓ ଦ୍ବିତୀୟ ମ୍ୟାଚ ରାତି ୭ଟା୩୦ରୁ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍ସ ୪ଟି ମ୍ୟାଚରୁ ଦୁଇଟି ବିଜୟ ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ହାସଲ କରିଛି। ଅଧିନାୟକ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, କ୍ବାଣ୍ଟେନ ଡିକକ୍‌ , ଇଶାନ କିଷାନ, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, ଯଶପ୍ରିତ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପ୍ୟାଟିନସନଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ