ବିଜେଡି ଅନୁସୂଚିତ ଜାତି ସେଲର ସାଧାରଣ ସମ୍ପାଦକ ହେଲେ ଅଭିମନ୍ୟୁ ସେଠୀ

ହାଟଡିହି, (ଓ୍ବାଇଏନଏସ): ବିଜୁ ଜନତା ଦଳ (ବିଜେଡି)ର ଅନୁସୂଚିତ ଜାତି (ଏସ.ସି )ସେଲର ସାଧାରଣ ସମ୍ପାଦକ ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଦଳ ପକ୍ଷରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବା ପରେ ଦଳୀୟ ମହଲରେ ଉତ୍ସାହ ପ୍ରକାଶ ପାଇଛି। ଅଭିମନ୍ୟୁ ସେଠୀ ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଧାୟକ ଥିବାବେଳେ  ବିଜେଡିର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।  ଏବେ ଦଳର ଅନୁସୂଚିତ ଜାତି ସେଲର ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିବା ପରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ସହ ଦଳର ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ଦଳୀୟ କର୍ମୀମାନେ ଆଶା ପ୍ରକାଶ କରିଛନ୍ତି। ତାଙ୍କ ମନୋନୟନକୁ ନେଇ ଆନନ୍ଦପୁର ଓ ହାଟଡିହି ଅଞ୍ଚଳର ବିଜେଡି ନେତା, କର୍ମୀ ଓ ସମର୍ଥକମାନେ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳତା କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ