ଶ୍ରୀ ଅଚ୍ୟୁତ ଇଂରାଜୀ ମିଡିୟମ ସ୍କୁଲ ପକ୍ଷରୁ ବୃକ୍ଷରୋପଣ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗଙ୍ଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂରାଜୀ ମିଡିୟମ ସ୍କୁଲ ପକ୍ଷରୁ ଶ୍ରୀ ଶ୍ରୀ ମଉଳା ଭଣଜା ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଛି। ଶ୍ରୀ ଅଚ୍ୟୁତ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପୁଷ୍ପଲତା ଜେନାଙ୍କ ତତ୍ବାବଧାନରେ ସ୍କୁଲ କମିଟିର କୋଷାଧ୍ୟକ୍ଷ ଗୀତାଞ୍ଜଳି ସ୍ବାଇଁ, ସ୍କୁଲର ଉପାଧ୍ୟକ୍ଷା ଇତିଶ୍ରୀ ସାମଲ, ଶିକ୍ଷୟିତ୍ରୀ ଅପୂର୍ବା ମହାରଣା, ଗୀତାଞ୍ଜଳି ଦେବୀ, ମିନି ବିଶ୍ବାଳ, ଯୋଗମାୟା ମହାପାତ୍ର, ନିନାରାଣୀ ସାହୁ, ଲିଜାରାଣୀ ସ୍ବାଇଁ, ସୁଜାରାଣୀ ସ୍ବାଇଁ, ଶୁଭଶ୍ରୀ ଜେନା, ଶିକ୍ଷକ ଜୀବନ କୁମାର ମଲ୍ଲିକ, ଉମେଶ ଚନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏଥିରେ ବିଭିନ୍ନ ପ୍ରକାରର ଔଷଧୀୟ ଜାତୀୟ ଗଛ ସହିତ ବିଭିନ୍ନ ପ୍ରକାର ଫୁଲ ଗଛ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ।


