ଭଞ୍ଜନଗର ରୁ ଅଜଣା ବ୍ୟକ୍ତିର ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ମାଲସାହି ସ୍ମଶାନ ନିକଟରେ ଥିବା ତୋଟା ମଧ୍ୟରୁ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତି ଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଛି । ମିଳିଥିବା ସୂଚନା ମୁତାବକ ଏକ ଗଛ ଡାଳରେ ଜଣେ ଯୁବକ ଗାମୁଛା ବେକରେ ବାନ୍ଧି ଝୁଲନ୍ତା ଅବସ୍ଥାରେ ଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ପଠାଇଛି। ଏ ନେଇ କେସ ନମ୍ବର ୬୪/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଖବର ଲେଖା ହେବା ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ