ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ବଡଧରଣର ଚୋରି ଶନିବାର ବିଳମ୍ବିତ ରାତିରେ ହୋଇଯାଇଛି । ଘଟଣାସ୍ଥଳରୁ ମନ୍ଦିରର ମୁଖ୍ୟ ପୂଜକ ନିରଞ୍ଜନ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଶନିବାର ରାତି ପ୍ରାୟ ୧୦ଟା ବେଳେ ମନ୍ଦିର ବନ୍ଦ କରି ଯିବା ପରେ ରବିବାର ଭୋର ସକାଳୁ ମନ୍ଦିର ଖୋଲିବା ପାଇଁ ଯାଉଥିବା ବେଳେ ହୁଣ୍ଡିକୁ ଦେଖିଥିଲେ । ହୁଣ୍ଡି ଭାଙ୍ଗିଯାଇଥିବାର ଦେଖିବା ପରେ ସେ ଦେଖିଥିଲେ ମନ୍ଦିରର ପାଶ୍ୱର୍ଦ୍ୱାରକୁ ଦୁବୁର୍ତ୍ତ ମାନେ ତାଲାକୁ କାଟି ମନ୍ଦିର ଭିତରେ ପ୍ରବେଶ କରି ହୁଣ୍ଡିରୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦିଆଯାଇଥିବା ହଜାର ହଜାର ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି । ଏସଂକ୍ରାନ୍ତରେ ଖବର ପାଇବା ପରେ ଶ୍ରୀ ଜଗନ୍ନାଥ ସେବା ସମିତିର ସଭାପତି ଡା ଅନୀଲ କୁମାର ଦାସ ମନ୍ଦିର ପରିସରରେ ପହଞ୍ôଚ ମୁଖ୍ୟ ପୂଜକଙ୍କ ସହ ଆଲୋଚନା କରିବା ପରେ ଯୋଡା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଡା ଦାସ ସୂଚନା ଦେଇ କହିଛନ୍ତି ଯେ ଜଗନ୍ନାଥ ମନ୍ଦିରରେ ଥିବା ହୁଣ୍ଡି ପ୍ରାୟ ଏକବର୍ଷ ହେଲା ଖୋଲାହୋଇନଥିଲା । ଏଣୁ ଅପର୍ଯ୍ୟାପ୍ତ ଦାନ ଟଙ୍କା ଏହି ହୁଣ୍ଡିରେ ଥିବା ଆଶଙ୍କା କରାଯାଉଛି । ଏହି ଚୋରି ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଗଭୀର ମାନସିକ ଆଘାତ ଦେଇଥିବା ବେଳେ ଏହାକୁ ମିଶାଇ ତିନିଥର ଚୋରି ହେଲାଣି ବୋଲି ମନ୍ଦିର ପୂଜକଙ୍କ ସୂତ୍ରରୁ ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ