ବାହାରିପୁର ହାଇସ୍କୁଲରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରିପୁର ଠାରେ ବିଦ୍ୟାଳୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ର ଆନୁଷ୍ଠାନିକ ଭାବେ ଏହି ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ୨୬ ଟି ବିଜ୍ଞାନ ଭିତ୍ତକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ସାହୁ ଓ ସୁରେଶ କୁମାର ଯେନା ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ। ନବମ ଶ୍ରେଣୀ ଛାତ୍ର କରନ ସାହୁଙ୍କ ପ୍ରଦୂଷଣ ନିୟନ୍ତ୍ରଣ ପ୍ରକଳ୍ପ ପ୍ରଥମ ସ୍ଥାନ ହାସଲ କରିବା ସହ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲା ବେଳେ ନବମ ଶ୍ରେଣୀର  ଆକାଶ ଯେନା ଓ ଲକି ଯେନା ଙ୍କ ପ୍ରକଳ୍ପ ନିରାପଦ ସ୍ୱୟଂ ଚାଳିତ ଡ଼ାୟାଲର ଦ୍ୱିତୀୟ ସ୍ଥାନ ଏବଂ ନବମ ଶ୍ରେଣୀ ଛାତ୍ର ଶୁଭଙ୍କର ପାତ୍ର ଓ ଦଶମ ଶ୍ରେଣୀର ଆଦିତ୍ୟ ପ୍ରସାଦ ନନ୍ଦଙ୍କ ପ୍ରାକୃତିକ ଦୁର୍ବିପାକ ପରିଚାଳନା ପ୍ରକଳ୍ପ ତୃତୀୟ ସ୍ଥାନ ହାସଲ କରିବା ସହ ପୁରସ୍କୃତ ହୋଇଥିଲା | ସମସ୍ତ ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବାଦଲ କୁମାର ଜେନା, ଦିବ୍ୟସିଂ ସୋରେନ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ ଶିକ୍ଷୟିତ୍ରୀ ସୋନାଲି ସାହୁ, ମୌସୁମୀ ତାମୁଳିଆ ଓ କର୍ମଚାରୀ ତାପସ ସାହୁ ପ୍ରମୁଖ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ